!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!
ବରୀ ବ୍ଲକ ଅନ୍ତର୍ଗତ କମ୍ପକଡ଼ ଗ୍ରାମ ର ଏକ ଯୁବକ ଚାଷୀ ମାନଙ୍କ ତାଲିକା ବାହାର କରି ଏକ ଅଟୋ ଯାହାର ନମ୍ବର OD 29 ଵ 3927 ଗାଡ଼ି ରେ ଅମଠପୁର , କମ୍ପଗଡ଼ , ଅସଲପୁର , ପାଲଟପୁର ଗାଁ ଗାଁ କୁ ଯାଇ ହିତାଧିକାରୀ ମାନଙ୍କ ଆଧାର କାର୍ଡ , ବ୍ୟାଙ୍କ ପାସ୍ ବୁକ୍ ଜେରକ୍ସ ସହ ୧୫୦ ଟଙ୍କା ଦେବା ପାଈଁ ପ୍ରଚାର କରୁଥିବା ବେଳେ କମ୍ପଗଡ଼ ଗ୍ରାମ୍ୟ ବ୍ୟାଙ୍କ ନିକଟସ୍ଥ ପାଲା ମଣ୍ଡପ ପାଖରୁ କାଗଜ ପତ୍ର ନେବେ ବୋଲି ପ୍ରଚାର କରୁଥିଲେ ।
ଏହି ପ୍ରଚାର ଶୁଣିବା ମାତ୍ରେ ବହୁ ହିତାଧିକାରୀ ନିଜ ନିଜ କାଗଜ ପତ୍ର ସହ ସାଥିରେ ଟଙ୍କା ନେଇ ଆସିଥିଲେ ହେଁ ଆଉ କିଛି ଏହା ମିଥ୍ୟା ବୋଲି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା ।
ଅନ୍ୟ କିଛି ଲୋକ ଏହି ବିଷୟରେ ଯୁବ ସମାଜସେବୀ ବିରଜା ଦାସ ଙ୍କୁ ଅବଗତ କରାଇଥିଲେ । ଶ୍ରୀ ଦାସ ଫୋନ ଯୋଗେ ବିଡ଼ିଓ , ଜିପିଓ ଏବଂ ଥାନା ଅଧିକାରୀ ଙ୍କ ସହ କଥାବାର୍ତ୍ତା ପରେ ଥାନା ରେ ଏକ ଏତଲା ଦେଇଥିଲେ ।
ବିଡ଼ିଓ ଶଙ୍କର୍ଷଣ ପଣ୍ଡା ଙ୍କୁ ଏହି ବିଷୟ ରେ ପଚାରି ବୁଝିବାରୁ ସେ ଏହି ବିଷୟରେ ଜାଣି ନାହାନ୍ତି ଓ କାହାକୁ କିଛି ଏହି ବିଷୟରେ କହି ନାହାନ୍ତି ବୋଲି ମତ ପ୍ରକାଶ କରିଛନ୍ତି ।
ଉକ୍ତ ବିଷୟରେ ଥାନା ଅଧିକାରୀ ଙ୍କୁ ପଚାରି ବୁଝିବାରୁ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦେଇଛନ୍ତି ।