ଗୁଣପୁର ବିଜେପି ପକ୍ଷରୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ….!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର)- ୨୦୨୨ ସୁଦ୍ଧା ସମସ୍ତ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ଛାତ ଥିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ମାଧ୍ୟମରେ ଓଡ଼ିଶାର ୨୬ ଲକ୍ଷ ଘର ପାଇଁ କୋଟି କୋଟି ଟଙ୍କା ପଠାଇଛନ୍ତି ।କିନ୍ତୁ ଓଡ଼ିଶାର ୯୭ହଜାର ରୁ ଉର୍ଦ୍ଧ୍ବ ଘରେ ଗୃହ ନିର୍ମାଣ କେଳେଙ୍କାରି ଦେଖା ଦେଇଥିବା ଏବଂ ପାଖା ପାଖି ଏକ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓଡ଼ିଶା ରେ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ଉଠିଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ।ନ୍ଵୟନରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମହାମହିମ ରାଜ୍ୟପାଳ ଙ୍କୁ ଗୁଣପୁର ପୋୖର ପରିଷଦ ନିର୍ବାହୀ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଗୁଣପୁର ଭାରତୀୟ ଜନତା ପାର୍ଟି ନଗର ଶାଖା ପକ୍ଷରୁ ଏକ ଦାରଖାସ୍ତ ପ୍ରେରଣ କରାଯାଇଛି ।

ଏଥିରେ ରାଜ୍ୟ ସରକାର ଙ୍କ ପ୍ରଶାସକ ଏହି ଯୋଜନା ର ଯଥାର୍ଥ କାର୍ଯ୍ୟାନ୍ଵୟନ ନକରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଓ ଭ୍ରଷ୍ଟାଚାର ବଶବର୍ତ୍ତୀ ହୋଇ ହିତାଧିକାରୀ ଚୟନର ପ୍ରକ୍ରିୟା ଜାରି ରଖିଥିବା ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ୨୦୧୯ ମସିହାରେ ଯେଉଁ ଘର ସର୍ବେକ୍ଷଣ କରାଯାଇଥିଲା ସେଥିରେ ବହୁ ତ୍ରୁଟି ବିଚ୍ୟୁତି ଥିବା ପ୍ରମାଣ ସହ ଦଳ ପକ୍ଷରୁ ଚ୍ୟାଲେଞ୍ଜ କରିବା ପରେ ସରକାର ବାଧ୍ୟ ହୋଇ ହିତାଧିକାରୀ ତାଲିକା ସାର୍ବଜନୀନ କରି ପୁଣିଥରେ ଆବେଦନ ଓ ଅଭିଯୋଗ ପତ୍ର ଆହ୍ଵାନ କରିବାକୁ ବାଧ୍ୟ ହୋଇଥିଲେ । ପରନ୍ତୁ,ବ୍ଳକର ଅଭିଯୋଗ ବାକ୍ସ ରେ ପଡିଥିବା ଆବେଦନ ପତ୍ର ଗୁଡ଼ିକ ରାଜ୍ୟସରକାର ଥରେ ଖୋଲି ଦେଖିବାକୁ କିମ୍ବା ସମୀକ୍ଷା କରିବାକୁ ଉଚିତ ମଣି ନାହାନ୍ତି। ଯେଉଁ ପୁରୁଣା ତୃଟି ପୂର୍ଣ୍ଣ ତାଲିକା ଥିଲା ତାକୁନେଇ ଷଡଯନ୍ତ୍ର ଆରମ୍ଭ କରିଦେଇଛନ୍ତି । ଏଣୁ ଏହି ପ୍ରକ୍ରିୟା କୁ ତୁରନ୍ତ ବନ୍ଦକରି ନିରପେକ୍ଷତା ର ସହ ଘର ସର୍ଭେ କରି ଏହି ଅନିୟମିତତାର ତୁରନ୍ତ ତଦନ୍ତ କରି ଦୋଷୀ ସାବ୍ୟସ୍ତ ସମସ୍ତ ସରକାରୀ ଅଧିକାରୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ ଚୁପ ରହି ପରୋକ୍ଷରେ ଦୁର୍ନିତୀକୁ ସମର୍ଥନ କରୁଛନ୍ତି ।

ଏଣୁ, ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ଦାରଖାସ୍ତ ରେ ଅନୁରୋଧ କରାଯାଇଛି । ଏହି ବିକ୍ଷଭୋ ରେ ଭଜପା ଜିଲ୍ଲା ଉପସଭାପତି ଶ୍ରୀ କିଶୋର ପାଢୀ, କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରେମ ପଣ୍ଡା ,ଜିଲ୍ଲା ସମ୍ପାଦକ ଶ୍ରୀ ରବି ଶଙ୍କର ଗମାଙ୍ଗ , ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ଵାଇଁ , ଜଗନ୍ନାଥପୁର ମଣ୍ଡଳ ସଭାପତି ଶ୍ରୀ ପୃଥିବୀରାଜ ପାଢୀ , ଡମ୍ବସରା ମଣ୍ଡଳ ସଭାପତି ଶ୍ରୀ ଶ୍ରୀଧର ଶବର , ମହିଳା ମୋର୍ଚ୍ଚା ନେତ୍ରୀ ପିଙ୍କି ମହାପାତ୍ର ଓ ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ପେଦିନା ନାଗାରାଜୁ ଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *