ବିଗ୍ ବି’ଙ୍କ କରୋନା କବିତା…..!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ମହାମାରୀ କରୋନା ଆରମ୍ଭ ହେବାଠାରୁ ସେ ଲୋକଙ୍କୁ ସଚେତନ କରିବାରେ ଲାଗିଛନ୍ତି। କେତେବେଳେ ଫୋନ୍ କଲର ଟ୍ୟୁନ୍‌ରେ ତ ଆଉ କେତେବେଳେ ଭିଡିଓ ମେସେଜ ଜରିଆରେ। ଏବେ ସେ ପୁଣି ଥରେ ଲୋକଙ୍କୁ କରୋନା ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି। ହେଲେ ଏଥର ବିଗ୍ ବି’ କରିଛନ୍ତି କିଛି ନିଆରା। କରୋନା ସଚେତନତା ପାଇଁ ବିଗ୍ ବି’ ଲେଖିଛନ୍ତି କବିତା। ଆଉ ଏହି କବିତାକୁ ସେ ନିଜେ ଗାଇ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି। କେବଳ ସେତିକି ନୁହେଁ ତାଙ୍କର ଏହି କରୋନା କବିତାକୁ ସେ ନିଜ ସୋଶାଲ ମିଡିଆରେ ମଧ୍ୟ ସେଆର କରିଛନ୍ତି। ଭୟଙ୍କର କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ବିଗ୍ ବି’ ପରାମର୍ଶ ଦେଇଛନ୍ତି। ଘରର କବାଟ ଝରକା ସବୁ ବନ୍ଦ ରଖିବା ସହ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ସେ କହିଛନ୍ତି। ଏଥିସହ କରୋନା ନିୟମ ପାଳନ କରିବାକୁ ସେ ନିଜ କବିତା ମାଧ୍ୟରେ ଲୋକଙ୍କୁ ଜଣାଇଛନ୍ତି। ଏହି କବିତାକୁ ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ଅପ୍‌ଲୋଡ୍ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ମଧ୍ୟ ବିଗ୍ ବି’ ଲଗାତର କରୋନା ମହାମାରୀ ଭୂତାଣୁ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। କିଛି ଦିନ ପୂର୍ବରୁ ବିଗ୍ ବି ଜାତୀୟ ଡାକ୍ତର ଦିବସରେ ଟୁଇଟ୍ କରି ବିଶେଷ କରି ଚାଲିଥିବା ମହାମାରୀ ସମୟରେ ଡାକ୍ତରଙ୍କ ନିଃସ୍ୱାର୍ଥପର ସେବା ପାଇଁ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *