କଣ୍ଟାପଡା ବିଦ୍ୟାଳୟ ରେ ଚାଉଳ ବଣ୍ଟନ କୁ ନେଇ ଉତ୍ତେଜନା;ବି.ଇ.ଓ ଓ ପ୍ରଧାନ ଶିକ୍ଷୟତ୍ରୀ ଅଟକ ।

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦକୋଟ ପଞ୍ଚାୟତର କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରଥମ ନିଷ୍ପତ୍ତି ପ୍ରକାରେ ଛାତ୍ର ଛାତ୍ରୀଙ୍କୁ ଚାଉଳ ବଣ୍ଟନ ନ ହେବାରୁ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ବି ଇ ଓ ଓ ଏ ବି ଇ ଓ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ଥିଲେ । ଘଟଣା ରୁ ପ୍ରକାଶ ଗତ ଜୁନ ୨ ତାରିଖ ଦିନ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଜ୍ୟୋସ୍ନାମୟୀ ଦାସ ଅଭିଭାବକଙ୍କୁ ଚାଉଳ ଦେଉଥିବା ସମୟରେ ଚାଉଳ କମ ଦେଉଥିବା ଅଭିଯୋଗ କରିଥିଲେ । ଠିକ ଓଜନ କରି ଚାଉଳ ନ ଦେଲେ ଆମେ ଚାଉଳ ନେବୁ ନାହିଁ ବୋଲି ଅଭିଭାବକ କହି ଧାରଣାରେ ବସିବା ସହ ଉପରିସ୍ଥ କର୍ମଚାରୀ ଙ୍କୁ ଜଣାଇ ଥିଲେ । ଚାଉଳ ଯୋଗାଣ ବସ୍ତାରେ କମ ହେଉଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିବା ସହ ସମସ୍ତଙ୍କ ଆଗରେ ଓଜନ କରିବା ପରେ ବସ୍ତାରେ ୪/୫ କିଗ୍ରା ଲେଖାଏଁ କମ ରହିବା ଜଣାପଡିଥିଲା।ଆଜି ଚାଉଳ ବଣ୍ଟନ ସମୟରେ କମ ପରିମାଣର ଚାଉଳ ବଣ୍ଟନ କରିବା ପରେ ଉତ୍ତେଜନା ସୃଷ୍ଟି ହେବା ପରେ ଖବର ପାଇ ସି ଆର ସି ସି ରବି ନାରାୟଣ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଠିକ ଭାବରେ ଓଜନ କରି ସମସ୍ତଙ୍କୁ ଠିକ ଭାବରେ ଦେବା ସହ ଆସନ୍ତା ସାପ୍ତାହରେ ପରିଚାଳନା କମିଟି ବୈଠକ କରି ଅନ୍ୟାନ୍ୟ ବିଷୟ ଆଲୋଚନା କରିବାପାଇଁ ନିଷ୍ପତ୍ତି ପରେ ଅଭିଭାବକ ଧାରଣା ସ୍ଥଳ ରୁ ଉଠିଥିଲେ । ତେବେ ଏତେ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶୁକ୍ରବାର ଦିନ ବିଦ୍ୟାଳୟ କୁ ଯାଇ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରି ଥିଲେ । ଶିକ୍ଷୟତ୍ରୀ ଙ୍କ ଠାରୁ କୌଣସି ସନ୍ତୋସଜନକ ଉତ୍ତର ନ୍ ପାଇବାରୁ ବି ଇ ଓ ଙ୍କୁ ଜଣାଇ ଥିଲେ। ଖବର ପାଇ ବି ଇଓ କମଳ କାନ୍ତ ସାହୁ, ଓ ସି ଆର ସି ସି ରବି ନାରାୟଣ ଶତପଥୀ ,ଏ ବି ଇ ଓ ସୁଷମା ଶବରଘଟଣା ସ୍ଥଳରେ ପହଞ୍ଚି ଥିଲେ । ଉତ୍ୟକ୍ତ ଅଭିଭାବକ ଏମାନଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ଆଲୋଚନା କରିଥିଲେ । ଆଦୌ ନେଇ ନଥିବା ପିଲାଙ୍କୁ ୭ କେଜି ଓ କମ ନେଇଥିବା ପିଲାଙ୍କୁ ସଠିକ ଚାଉଳ ପିଲାଙ୍କୁ ଦେବା ସହ ଉକ୍ତ ଶିକ୍ଷୟତ୍ରୀ ଙ୍କୁ ବଦଳି ପାଇଁ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବା ପରେ ଘଟଣା ସମାଧାନ ହୋଇ ଥିଲା ।

Leave a Reply

Your email address will not be published. Required fields are marked *