“ବିଶ୍ୱ ରକ୍ତଦାତା ଦିବସ” ରେ ଓଡ଼ିଶା ମୋ ପରିବାର “ଜୀବନବିନ୍ଦୁ” ଆନୁକୂଲ୍ୟରେ “ରକ୍ତଦାନ ଶିବିର” କାର୍ଯ୍ୟକ୍ରମ ଅନୁଷ୍ଠିତ ; ୨୫ ୟୁନିଟ୍ ରକ୍ତ ସଂଗୃହୀତ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଜିଲ୍ଲା ବିଜେଡି ପକ୍ଷରୁ “ବିଶ୍ୱ ରକ୍ତଦାତା ଦିବସ” ରେ ଓଡ଼ିଶା ମୋ ପରିବାର “ଜୀବନବିନ୍ଦୁ” ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଯୁବଛାତ୍ର , କର୍ମୀ , ନେତା ପ୍ରମୁଖ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଥିଲେ। ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଗୋଟିଏ ଲୋକ ରକ୍ତ ଅଭାବରୁ ଯେମିତି ମୃତ୍ୟୁ ମୁଖରେ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବା ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ଆଧାର କରି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ , ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ , ଲକ୍ଷ୍ମୀ କାନ୍ତ ପରିଚ୍ଛା , ଓଡ଼ିଶା ମୋ ପରିବାର ସଂଯୋଜିକା ଇନ୍ଦିରା ପଟ୍ଟନାୟକ, ନଗର ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ , ସୁଜିତଦାସ , ଶାନ୍ତି କୁମାରୀ ଜେନା , ଏ.ଶଙ୍କରୀ , ସୁରେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *