!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ସହରରେ ପାଣିର ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହେବାସହ ପାଣିପାଇଁ ହାଣ୍ଡି ଧରି ମହିଳାଙ୍କ ଵିକ୍ଷୋଭ ପ୍ରଦର୍ଶନ ପାଣି ଫୋଟକା ପାଲଟିଛି । ଏନେଇ ଗଣମାଧ୍ୟମ ରେ ଖବର ପ୍ରସାର ହେବା ପରେ ମଧ୍ୟ ପିଏଚଡ଼ି ବିଭାଗର ନିଦ ଭାଙ୍ଗୁନି । ସମ୍ପୃକ୍ତ ଜେଇ ଜାଣି ଅଜଣା ଲୋଡୁ ଖାଇ ବସିଥିବା କୁହାଯାଉଛି । ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଶାସକଙ୍କ ନୀରବତା ସାଧାରଣ ରେ ବିସ୍ମୟ ସୃଷ୍ଟି କରୁଛି । ସହରର କେଉଁ ସ୍ଥାନରେ ପାଣି ପମ୍ପ ଅଚଳତ ଆଉ କେଉଁଠିକୁ ପାଣି ପହଞ୍ଚି ପାରୁନି । କିଛି ସ୍ଥାନକୁ ଦୁଇଦିନରେ ଥରେ ପାଣି ପହଞ୍ଚୁଛି ଅନ୍ୟକେତେକ ସ୍ଥାନରେ ପାଣି ଲିକ ହୋଇ ଗାଁ ଦାଣ୍ଡ ଭାସୁଛି । ଏଥିପ୍ରତି କାହାରି ନଜର ନାହିଁ । କଥା ଉଠିଛି ବିଭାଗୀୟ କର୍ମଚାରୀ ଏଥିପ୍ରତି ନଜର ଦେଉ ନାହାଁନ୍ତି କାହିଁକି ? ପୂର୍ବତନ ଉପଜିଲ୍ଲାପାଳ ମାନ୍ୟବର ଋତୁରାଜ ଙ୍କ ଅମଳରେ ବିଭାଗୀୟ ଅଧିକାରୀଙ୍କୁ ଦେଇଥିବା ଝଟକା ରୁ ଚଞ୍ଚକତା କରି ବିଭାଗୀୟ ଅଧିକାରୀ ଖସି ଯାଇଥିବା ବେଳେ, ବର୍ତ୍ତମାନ ଏସବୁର ଭୟ ନଥିବାରୁ ଏଭଳି ଖାମଖିଆଲି କାମ ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ପ୍ରଶାସକ ଯେତେବେଳେ ନୀରବ ଦ୍ରଷ୍ଟା କାହାକୁ କହିବା କପାଳରେ ସିନା କର ମାରିବା ।