ମୁନିଗୁଡା ICICI ବ୍ୟାଙ୍କ ତରଫରୁ ନିୟମଗିରିରେ ଡଙ୍ଗରିଆ ଜନଜାତିଙ୍କୁ ମାକ୍ସ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ..!

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା)- ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କରୋନାର ଦ୍ବିତୀୟ ଲହରୀର କରାଳ ପ୍ରକୋପରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଵାଵେଳେ ରାୟଗଡା ଜିଲ୍ଲାର ମୁନିଗୁଡା ଵ୍ଲକ ମୁନିଖୋଲ ପଞ୍ଚାୟତର ନିୟମଗିରି ପାହାଡ ଉପରେ ଥିବା ଡଙ୍ଗରୀଆ ଜନଜାତିମାନଙ୍କର ଅଭାଵି ଜୀଵନ ଜୀଵିକା ର ଅଧପତନ ଘଟି ଥିବା ନେଇ ଡଙ୍ଗରିଆ ଜନଜାତିଙ୍କ ଠାରୁ ଶୁଣିବାକୁ ମିଳିଛି । ଏପରି ଅଭାବନୀୟ ପରିସ୍ଥିତିକୁ ଦେଖି ମୁନୀଗୁଡା ICICI ବ୍ୟାଙ୍କ ମ୍ୟାନେଜର ଶ୍ରୀ ଦିଲିପ୍ ଚୌଵେଙ୍କୁ ଏହି ସମ୍ଵେଦନ ଶୀଳ ଅଭାଵ ଅସହ୍ୟ ହୋଇପଡିଥିଲା।
ଫଳରେ ମ୍ୟାନେଜର ନିଜେ ସାଥିରେ ଡିବିଏମ ଶ୍ରୀ ରଶ୍ମିରଞ୍ଜନ ମିଶ୍ର, କ୍ୟାସିଅର ଶ୍ରୀ ନୃସିହ ପଣ୍ଡା, ନିଳାଞ୍ଚଳ ସାହୁ, ଶିବ ପଟେଲ, ଭୋଳେଶ୍ଵର ନାୟକ, ଚୂଲେଶ୍ବର, ଵିଷ୍ଣୁ ପ୍ରମୁଖଙ୍କ ସହଯୋଗରେ ନିୟମଗିରି ପାହାଡରେ ଥିବା ବଣ୍ଡା ଗ୍ରାମକୁ ଯାଇ ଡଙ୍ଗରିଆ ଜନଜାତିଙ୍କୁ କରୋନା ସଙ୍କ୍ରମିତରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

ସେଠାରେ ମାକ୍ସ ଓ ଖାଦ୍ୟ ସାମଗ୍ରୀ ଵାଣ୍ଟିବା ସହ ସାଵୁନରେ ବାରମ୍ଵାର ହାତ ଧୋଇବା, ଜରୁରୀ ନଥିଲେ ବାହାରକୁ ନ ଯିଵା, ମାସ୍କ ଵାନ୍ଧିବା, ଦଶଫୁଟ ଦୂରତା ବଜାଇ ରଖିବାକୁ ବ୍ରାଞ୍ଚ ମ୍ୟାନେଜର ଡଙ୍ଗରିଆ ଜନଜାତିଙ୍କୁ ବୁଝାଇଥିଲେ। ଏତଦ୍ ବ୍ୟତୀତ ନିଉହୋପରେ ରହୁଥିଵା ଦିଵ୍ୟାଙ୍ଗମାନଙ୍କୁ ମାସ୍କ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କର ଏ ଦୁର୍ଦିନ ସମୟରେ ଵ୍ୟାଙ୍କ ତରଫରୁ ଯେପରି ବଦାନ୍ୟତା ଦେଖାଇ ଅଛନ୍ତି ତାହା ସାଧାରଣରେ ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *