!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡ଼ା)- ସରକାର ଙ୍କ ତରଫରୁ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଅନେକ ପ୍ରକଳ୍ପ ର ଶିଳାନ୍ୟାସ ସହ ଶୁଭ ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରୁଥିବା ର ଦେଖିବାକୁ ମିଳୁଛି। କେଉଁଠି କାମ ଠିକ୍ ହେଉଛି ତ ଆଉ କେଉଁଠି ହେଉଛି ନିର୍ମମାନ ର କାମ , ଆଉ କେଉଁଠି ଚାଲିଛି ଜାଲିଆତି ଏବଂ କାମରେ ଠକାମି । ଏମିତି ଏକ କାମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ର କୁମାରିପାରି ଗ୍ରାମ ରେ ।ସୂଚନାରୁ ପ୍ରକାଶ ଯେ ଗତ ୧୦.୦୨.୨୦୨୧ ରେ କବିସୂର୍ଯ୍ୟନଗର ବିଧାୟିକା ଙ୍କ କରକମଳରେ ଶାଳିଆ ସୁମଣ୍ଡଳ ଭାଟପଡା ରାସ୍ତା ସାମୟିକ ମରାମତି ର ହୋଇଥିଲା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ । ବର୍ତ୍ତମାନ ସେହି ରାସ୍ତାର କାମ ଚାଲିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିନା ତଦାରଖ ରେ ଚାଲିଛି ସେହି କାମ, ଉକ୍ତ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ କାମ ସମୟ ରେ କାର୍ଯ୍ୟସ୍ଥଳରେ ରହୁ ନାହାନ୍ତି ।
ଏଥିସହିତ ନିର୍ମମାନର କାମ ହେଉଥିବା ନେଇ ଆଜି ଗ୍ରାମବାସୀ ମାନେ କାମ ବନ୍ଦ କରିଥିବାର ଦେଖିବାକୁ ମିଳିଛି , ପିଚୁ କେଉଁଠି ଠିକ୍ ସେ ପଡିଛି ତ ଆଉ କେଉଁଠି ପଡିନି ଏଥିସହିତ ପିଚୁ ଉଠି ଯାଉଥିବା ମଧ୍ଯ ଦେଖିବାକୁ ମିଳିଛି। ଏଥିସହିତ ବିନା ସୂଚନା ଫଳକ ରେ କାମ ମଧ୍ଯ ଚାଲିଥିବା ନେଇ ଗ୍ରାମ ବାସୀ ମାନେ ଅଭିଯୋଗ କରୁଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବପର ହୋଇ ନଥିଲା । ଏଥିସହିତ କାର୍ଯ୍ୟ ନିର୍ବାହ କରୁଥିବା ଠିକାଦାର ରାସ୍ତା ଖାଲ ଢିପ ଯୋଗୁ ଏବଂ ଅତ୍ୟାଧିକ ଗ୍ରୀଷ୍ମ ପ୍ରକୋପ ଯୋଗୁ କାମରେ କିଛି ତ୍ରୁଟି ରହିଥିବା ମଧ୍ଯ ସ୍ୱୀକାର କରିଛନ୍ତି । କେବଳ ଭିତ୍ତିପ୍ରସ୍ତର ଫଳକ ଅଛି କିନ୍ତୁ କେତେ ଟଙ୍କା ର କାର୍ଯ୍ୟାଦେଶ ଏବଂ କେତେ କିଲୋମିଟର କାର୍ଯ୍ୟ ହେବ ତାହା ସେଥିରେ ଲେଖା ହୋଇନାହିଁ ଏଥିସହିତ କାର୍ଯ୍ୟ ନିର୍ବାହ କରୁଥିବା ଠିକାଦାର ଜଣ ଙ୍କ କହୁଛନ୍ତି ଏଗ୍ରୀମେଣ୍ଟ କପି ଦେଖିଲେ କେତେ ଟଙ୍କାର କାର୍ଯ୍ୟାଦେଶ କହିପାରିବି ଏବଂ ସୂଚନା ଫଳକ କରିବା ପାଇଁ ଆମ ଏଗ୍ରୀମେଣ୍ଟ ରେ ନାହିଁ । ଦେଖାଯାଉ ଆଗକୁ ବିଭାଗୀୟ ଅଧିକାରୀମାନେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।