!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଲନ୍ଧର ବେହେରାଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (କନ୍ଧମାଳ)- କନ୍ଧମାଳ, ଜିଲ୍ଲା ଫୁଲବାଣୀ ସହର ସରକାର ବୃଦ୍ଧ ବୃଦ୍ଧା ,ଭିନ୍ନକ୍ଷମ ,ବିଧଭା ମହିଳା ମାନଙ୍କ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଭତା ପ୍ରଦାନ ପାଇଁ ମଞ୍ଜୁର କରିଥାନ୍ତି । ସେହି ହିତାଧିକାରୀ ଙ୍କୁ ପ୍ରତ୍ୟେକ ମାସର ୧୫ ତାରିଖରେ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ୬୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କୁ ୭୦୦ ଏବଂ ଅନ୍ୟ ହିତାଧିକାରୀ ଙ୍କୁ ୫୦୦ ଟଙ୍କା ଭତା ଦିଆଯାଉଛି । ଗତକାଲି ଫୁଲବାଣୀ ପୌରପରିଷଦ ର ୧୩ ଗୋଟି ୱାର୍ଡ ର ଭତା କେନ୍ଦ୍ର ରେ ଭତା ବଣ୍ଟନ କାଯାଇଥିବା ଦେଖିବା କୁ ମିଳିଥିଲା । ସେହି ଭତା ବଣ୍ଟନ କେନ୍ଦ୍ର ରୁ ହିତାଧିକାରୀ ମାନେ ଭତାପ୍ରଦାନ କାରୀ ଙ୍କ ଠାରୁ କେତେକ ହିତାଧିକାରୀ ୭୦୦ ଓ ୫୦୦ ଟଙ୍କା ଗ୍ରହଣ କରିଥିବା ବେଳେ ସେହି ଭଳି ଆଉ କେତେକ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ଙ୍କୁ ଭତା ଟଙ୍କା ମିଳି ନ ଥିଲା । ଟଙ୍କା ନଦେଇ ଭତା ପ୍ରଦାନକାରୀ ତୁମେ ଏଠାରେ ଟଙ୍କା ପାଇବ ନାହିଁ ତୁମ ପାସ ବୁକ ଯେଉଁ ବ୍ୟାଙ୍କରେ ଖୋଲିଛ ସେହି ବ୍ୟାଙ୍କରୁ ଟଙ୍କା ପାଇ ପାରିବ ବୋଲି କହିବାରୁ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ରୋଗୀ ହିତାଧିକାରୀ ମାନେ ଟଙ୍କା ନପାଇ ହତାଶ ହୋଇ ଫେରି ଯାଇଥିଲେ । ଯାହା ଫଳରେ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।ବର୍ତ୍ତମାନ କୋରନା ସଂକ୍ରମଣ ସମୟରେ ଏହି ଭଳି ହିତାଧିକାରୀ ମାନେ ବ୍ୟାଙ୍କ ମାନଙ୍କରେ ଧାଡି ବାନ୍ଧି ଛିଡା ହୋଇ କୋଭିଡ ନିୟମ ପାଳନ କରି ସାମାଜିକ ଦୂରତା ରକ୍ଷା କରି ଭତା ଟଙ୍କା ଆଣିବା ସମ୍ଭବ ନୁହେଁ । ଏଭଳି ବ୍ୟକ୍ତି ମାନଙ୍କୁ ଗ୍ରାମାଞ୍ଚଳରେ ଘର କୁ ଘର ଯାଇ ସରକାର ଭତା ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରିଥିବା ବେଳେ ସହରାଞ୍ଚଳରେ ବ୍ୟାଙ୍କ ଖାତାରେ ଭତା ଟଙ୍କା ପାଇବା ଅତି ପରିତାପର ବିଷୟ ଅଟେ। ସୂଚନାଯୋଗ୍ୟ ଫୁଲବାଣୀ ସହର ସ୍ଥିତ କାଚରା ସାହି ର ଜୟ ନାୟକ ୭୦ ବର୍ଷ ଜଣେ ପକ୍ଷଘାତ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ସେହି ବ୍ୟକ୍ତି ଠିକ ଭାବରେ କଥା କହି ପାରନ୍ତି ନାହିଁ କି ଠିକ ଭାବରେ ବାଟରେ ଚାଲିପାରନ୍ତି ନାହିଁ ସେହି ଭଳି ଲୋକଙ୍କୁ ବ୍ୟାଙ୍କ କୁ ଯାଇ ଟଙ୍କା ଉଠାଇବା ନିମନ୍ତେ କହିବାରୁ ହତାଶ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଫୁଲବାଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପରାମର୍ଶ କରିବାରୁ ଭତା ପ୍ରଦାନରେ ସ୍ଵଛତା ଆସିବା ନିମନ୍ତେ ହିତାଧିକାରୀ ମାନଙ୍କୁ ବ୍ୟାଙ୍କ ଖାତା ମାଧ୍ୟମରେ ଭତା ପ୍ରଦାନ କରାଯିବା ନିମନ୍ତେ ସରକାର ଙ୍କର ନିର୍ଦେଶନାମା ରହିଛି ସେହି ନିର୍ଦେଶ ଅନୁସାରେ ସମସ୍ତ ହିତାଧିକାରୀ ଙ୍କୁ ବ୍ୟାଙ୍କ ଖାତାରେ ଭତା ଟଙ୍କା ପ୍ରଦାନ କରାଯିବ । ବର୍ତ୍ତମାନ ଫୁଲବାଣୀ ସହର ର ୨୧୦୦ ଶହ ହିତାଧିକାରୀଙ୍କ ଟଙ୍କା ବ୍ୟାଙ୍କ ଖାତା କୁ ପଠାଇ ଦିଆଯାଇଛି । ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ସୂଚନା ଦେଇଥିଲେ । ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି ଭତା ପ୍ରଦାନରେ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ଅଲଗା ଅଲଗା ନିୟମ ରଖିଛନ୍ତି । ଆଗରୁ ଯେପରି ହାତରେ ଭତା ଟଙ୍କା ଦିଆଯାଉଥିଲା ସେହି ବ୍ୟବସ୍ଥା ଆମ ମାନଙ୍କ ପାଇଁ ଠିକ ଥିଲା ବୋଲି ହିତାଧିକାରୀ ୮୦ ବର୍ଷ ବୃଦ୍ଧ ସୁକୁରୁ ନାୟକ ଗଣମାଧ୍ୟମ କୁ କହିଥିବା ବେଳେ । ବ୍ୟାଙ୍କ ଜରିଆରେ ଭତା ଟଙ୍କା ନଦେଇ ପୂର୍ବପରି ଭତା ପ୍ରଦାନ କରିବା ନିମନ୍ତେ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ରୋଗୀଣା ହିତାଧିକାରୀ ଙ୍କର ସରକାର ଙ୍କର ନିକଟରେ ଦାବୀ ହେଉଛି । ଏହା କୁ ଜିଲ୍ଲା ପ୍ରଶାସନ କେବେ ନଜର ଦେଉଛନ୍ତି ତାହା ଦେଖିବାର ବାକି ରହିଲା ।