ଏଥର ସମ୍ଭାଳ ବ୍ୟୁରୋ (କୋଲାକାତା) –  କରୋନା ମହାମାରୀ ବେଳେ ପଶ୍ଚିମବଙ୍ଗରେ ରାଜନୀତିର ପାରା ମଧ୍ୟ ଉଚ୍ଚ ରହିଛି। ଆଜି ଦୁର୍ନୀତି ଅଭିଯୋଗରେ ମମତାଙ୍କ ମନ୍ତ୍ରୀ ଓ ଦୁଇ ନେତାକୁ ସିବିଆଇ ବାନ୍ଧିନେବା ପରେ ଶାସକ ଦଳ ସମର୍ଥକ ସିବିଆଇ ଅଫିସକୁ ଟେକା ପଥର ଫିଙ୍ଗିଛନ୍ତି। ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ଦିଲ୍ଲୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି।

ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ମେଦିନିପୁରର କୋଟୱାଲି ପୁଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି। ଏଫଆଇଆରରେ ଉଲ୍ଲେଖ ରହିଛି ଯେ ମତଦାନ ପୂର୍ବରୁ ମମତା ବାରମ୍ୱାର ‘ଉତ୍ତେଜନାମୂଳକ’ ମନ୍ତବ୍ୟ ରଖିଥିଲେ। ଯେଉଁଥିପାଇଁ ନିର୍ବାଚନ ଫଳାଫଳ ପରେ ହିଂସା ଘଟୁଛି। ନିର୍ବାଚନ ପୂର୍ବରୁ ମମତା ବାରମ୍ବାର ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ “ବାହାର” ଲୋକ ବୋଲି କହିଥିଲେ। ଆଉ ଏହି ମନ୍ତବ୍ୟ ପାଇଁ ଏବେ ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଏବଂ କାମ କରୁଥିବା ବେଙ୍ଗଲିମାନେ ଭୟଭୀତ ହୋଇପଡିଛନ୍ତି। ସେମାନଙ୍କର ସୁରକ୍ଷା ଏବେ ସନ୍ଦେହରେ ରହିଛି। ଦିଲୀପ ଅଭିଯୋଗ କରିଛନ୍ତି ଯେ ମମତା ବାହାରିଆ ଲୋକ ଭଳି ମନ୍ତବ୍ୟ ଦେଇ ସମାଜକୁ ଦୁଇ ଭାଗ କରିବାକୁ ଚେଷ୍ଟା କରିଛନ୍ତି।

LEAVE A REPLY

Please enter your comment!
Please enter your name here