ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ମନା…!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁଣି ବଢ଼ିଲା ଶ୍ରୀମନ୍ଦିର ଦର୍ଶନ କଟକଣା। ଜୁନ୍ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ିଲା। କୋଭିଡ୍ ସ୍ଥିତିକୁ ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ ବୋଲି କୁହାଯାଇଛି। ପୂର୍ବରୁ ଏପ୍ରିଲ ୨୫ରୁ ମେ ୧୫ ପର୍ଯ୍ୟନ୍ତ ଦର୍ଶନ କଟକଣା କରାଯାଇଥିଲା। ଏବେ କୋଭିଡର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ଏହି ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ରଥ ନିର୍ବାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ତୁମ୍ବ କାମ ଆରମ୍ଭ ହୋଇଛି। ତିନିରଥ ନିମନ୍ତେ ତିନୋଟି ତୁମ୍ବ ପାଇଁ କରତି ମାନେ ବଡ଼ବଡ଼ କାଠ ଗଣ୍ଡିକୁ ବଡ଼ କରତ ଦ୍ୱାରା ଚିରଟ କରିଛନ୍ତି। ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁକୂଳ ହୋଇଥିଲା।

