!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଗୁଣପୁର ତହସିଲ ଅନ୍ତର୍ଗତ ବାଘଶଳା ବାଲି ପଠାରୁ ରାତିରେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ତାଙ୍କ ସହଯୋଗୀ ଅତିରିକ୍ତ ତହସିଲଦାର ଶ୍ରୀ କପିଳେଶ୍ୱର ତାଣ୍ଡି ଓ ସ୍ଥାନୀୟ ଆଦର୍ଶ ଥାନା ଆଇଆଇସି ଶ୍ରୀ ମନୋଜ କୁମାର ବେହେରାଙ୍କୁ ସାଥୀରେ ନେଇ ଭୋର ୨ ଘଣ୍ଟା ସମୟରେ ଚଢ଼ାଉ କରି ୫ ଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି । ଜବତ କରାଯାଇଥିବା ଟ୍ରାକ୍ଟର ଗୁଡିକ ଥାନା ଅଧିକାରୀଙ୍କ ଜିମା ଦିଆଯାଇଥିଲା । ଜବତ କରାଯାଇଥିବା ପ୍ରତି ଟ୍ରାକ୍ଟର ପିଛା ତିରିଶି ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଏହି ଟ୍ରାକ୍ଟର ମାନଙ୍କ ମଧ୍ୟରୁ ଓଡ଼ି ୧୮ ଏଚ୍ ୭୦୯୨ ନମ୍ବର ଗାଡିଟି ଦୁର୍ଯ୍ୟୋଧନ ଗୌଡ଼ ଙ୍କ ନାମରେ ,ଓଡ଼ି ୧୮ଡି ୩୩୧୦ ନମ୍ବର ଗାଡିଟି ଶ୍ୟାମ ସୁନ୍ଦର ସାହୁଙ୍କ ନାମରେ,ଓଡ଼ି ୧୮ ଜି ୩୧୯୪ ନମ୍ବର ଗାଡିଟି ଗୌରଚନ୍ଦ୍ର ପାଣିଗ୍ରାହୀଙ୍କ ନାମରେ ,ଓଡ଼ି ୧୮ ୫୫୮୨ ନମ୍ବର ଗାଡିଟି ଦିଲ୍ଲୀପ ପାଲକାଙ୍କ ନାମରେ ଥିବାବେଳେ ଅନ୍ୟଏକ ଓଡ଼ି ୧୮ ଏ ୯୧୬୭ ନମ୍ବର ଗାଡିଟି ଥାନାରେ ଅଟକ ଥିବା ଜଣାପଡିଛି ।

ଦୀର୍ଘ ଦିନ ପରେ ଗୁଣପୁର ତହସିଲ କାର୍ଯ୍ୟାଳୟ ରେ ସ୍ଥାୟୀ ତହସିଲଦାର ଭାବେ ଶ୍ରୀ ନାୟକ କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଭିନ୍ନ ଗଣମାଧ୍ୟମ ରେ ବଂଶଧାରା ନଦୀର ବିଭିନ୍ନ ବାଲି ପଠାରୁ ରାତିରେ ଓ ବଡ଼ି ଭୋରରେ ବାଲି ଚୋରା ଚାଲାଣ ହେଉଥିବା ଖବର ପ୍ରକାଶିତ ହୋଇଥିଲା ଏବଂ ଏହା ଶ୍ରୀ ନାୟକ ଙ୍କ ପ୍ରତି ଏକ ଚାଲେଞ୍ଜ ହୋଇଥିଲା । ରାତି ଅଧିଆ ବାଲି ଟ୍ରାକ୍ଟର ଜବତ କୁ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଥିବା ବେଳେ ଜଗନ୍ନାଥପୁର ଓ ମାଛଖୁଣ୍ଟି ବାଲି ପଠାରୁ ରାତାରାତ ଦଶ ଚକିଆ ଗାଡ଼ିରେ ବେଆଇନ ଭାବେ ଆନ୍ଧ୍ରକୁ ଚୋରା ଚାଲାଣ କରାଯାଉଥିବା ଗାଡ଼ିଗୁଡ଼ିକ ଉପରେ ସ୍ଥାନୀୟ କର୍ତ୍ତୃପକ୍ଷ ଙ୍କ ନଜର କେବେ ପଡିବ ଦେଖିବାକୁ ରହିଲା । 

LEAVE A REPLY

Please enter your comment!
Please enter your name here