କୋଭିଡ ପରିଚାଳନା ନେଇ ଜରୁରୀ ବୈଠକ ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଗୁଣପୁର) – ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଆଜି କୋଭିଡ ପରିଚାଳନା ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୁଣପୁର ସହରରେ ଥିବା ସମସ୍ତ ୱାର୍ଡକୁ ଭାଗ ଭାଗ କରି 20 ରୁ 30 ଘରକୁ ନେଇ ଏକ ଅଞ୍ଚଳ ଗଠନ କରି ପୌର ପରିଷଦ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ନେଇ କମିଟି ଗଠନ କରି ସେହି ଅଞ୍ଚଳରେ ରହୁଥିବା ସମସ୍ତ ପରିବାରଙ୍କ ତଥ୍ୟ ପ୍ରଶାସନ ନିକଟରେ ରଖିବା ନିମନ୍ତେ ନିଷ୍ପତି ନିଆଯାଇଥଲା । ସହରର ସମସ୍ତ ଔଷଦ ଦୋକାନର ମାଲିକ ମାନଙ୍କୁ ଅନୁରୋଧ କରାଯାଇଥଲ କି ଯେଉଁମାନେ କୋରନା ସମ୍ପର୍କିତ ଔଷଦ କିଣିବା ପାଇଁ ଆସିବେ ସେମାନଙ୍କ ନାମ , ଠିକଣା ଓ ମୋବାଇଲ ନଂ ପ୍ରଶାସନ ନିକଟରେ ଦାଖଲ କରିବେ । ଗୁଣପୁର ପୌର କାର୍ଯ୍ୟାଳୟ ଠାରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ କରି ସମସ୍ତ ତଥ୍ୟ ଉପଲବ୍ଧ କରିବା ଏବଂ ଉପଖଣ୍ଡ ଚିକିତ୍ସାଳୟ ଠାରେ ପ୍ରତିଦିନ ଏକ ଘଣ୍ଟା ଜଣେ ଡାକ୍ତର ପରାମର୍ଶ ଦେବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, କଣ୍ଟାକ୍ଟ ଟ୍ରେସିଂ ଆଦି ଉପରେ ଉପ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଆଜି ସୁଦ୍ଧା 4ଟି ଜୁମ୍ବ ଅକ୍ସୀଜେନ ସିଲିଣ୍ଡର ପହଁଚିଥିବା ବେଳେ ଆଗକୁ ଆହୁରି ଅଧିକ ସିଲିଣ୍ଡର ଆସିବ ବୋଲି ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ସୂଚନା ଦେଇଥିଲେ । ଅସମର୍ଥୀତ ଖବର ପାଇ କୌଣସି ପ୍ରକାର ବ୍ୟସ୍ଥ ନହୋଇ ପ୍ରଶାସନ ସହ ସମ୍ପର୍କ ରଖିବା ନିମନ୍ତେ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସୋମନାଥ ମେମୋରିଆଲ ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ତଦାରଖ କରି ଆଜିହିଁ ରିପୋର୍ଟ ଦେବାପାଇଁ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଡ୍ରାଇଥିଲେ ଉପ ଜିଲ୍ଲାପାଳ । ଅମାନିଆ କୋଭିଡ ରୋଗୀ ବାହାରେ ବୁଲୁଥିଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଦର୍ଶ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାହି କମିଟି ଗଠନ କରିବା ନିମନ୍ତେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନର ପରିସ୍ଥିରେ ବାହାରକୁ ନବହାରିବା ପାଇଁ ଜଣ ସାଧରଣଙ୍କୁ ଅପିଲ କରିଥିଲେ, ଆବଶ୍ୟକ ଥିଲେ ଡବଲ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବା ସହ ସାନିଟାଇଜ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଉପ ଜିଲ୍ଲାପାଳ । ଆଜିର ଏହି ବୈଠକରେ ଗୁଣପୁର ତହସିଲଦାର ଙ୍କ ସମେତ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ଆଦର୍ଶ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ତହସିଲଦାର ଶରତ ଚନ୍ଦ୍ର ନାୟକ , ସମାଜସେବୀ ଉମା ଶଙ୍କର ଦାଶ, ଉପଖଣ୍ଡ ମେଡିକାଲ ସୁପରିନଟେଣ୍ଡେଟ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଓକିଲ ସଙ୍ଘ ସଭାପତି ଶ୍ରୀ ବ୍ରହ୍ମାନନ୍ଦ ପଟନାୟକ, ସମାଜସେବୀ ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *