Site icon Ethara Sambhala

ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କଲେ ଜିଲ୍ଳାପାଳ l

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ରାୟଗଡ ସହରର ଅଶୋକ କଲ୍ୟାଣ ମଣ୍ଡପ, ଉତ୍କଳମଣି ଗୌରବ ମଧୁସୂଦନ ବୈଷୟକ ଶିକ୍ଷନୁଷ୍ଠାନ ଓ କୁମୁତଲପେଟା ଠାରେ ଥିବା ଉଗ୍ରତାରା କଲେଜ ପରିସରରେ ଖୋଲାଯାଇଥିବା ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ପଂଜୀକରଣ କରି ଟୀକା ନେବା ପାଇଁ ଆସିଥିବା ଲୋକଙ୍କୁ କୋଭିଡ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ଭଲଭାବେ ମୁହଁରେ ମାସ୍କ ପିନ୍ଧିବା ସହ ବିଶେଷ କରି ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ଉଗ୍ରତାରା କଲେଜ ଠାରେ ଟୀକା ନେବା ପାଇଁ ଲୋକଙ୍କ ଅସଂଖ୍ୟ ଭିଡକୁ ଦେଖି ଲୋକଙ୍କୁ ତାଗିଦ୍ କରିବା ସହ ନିୟମ ଉଂଲଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ଉପସ୍ଥିତ ଲୋକେ ସାମାଜିକ ଦୂରତା ରକ୍ଷା କରି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କ ଗସ୍ତ ବେଳେ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ତହସିଲଦାର ଉମାଶଙ୍କର ବେହେରା,ଅତିରିକ୍ତ ତହସିଲଦାର ସୁନୀଲ ଖରା,ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକଲ ଅଫିସର ଡାକ୍ତର ପ୍ରଦୀପ୍ତ ସୁବୁଦ୍ଧି, ରାଜେଶ୍ୱର ପଟ୍ଟନାୟକ,ଅର୍ବାନ ହେଲଥ,ପ୍ରୋଗାମ୍ ଅଫିସର କିରଣ କୁମାର ପାତ୍ର,ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version