!!! ରାୟଗଡ଼ା ଜିଲ୍ଲା ମୁନିଗୁଡା ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁନିଗୁଡା) – ରାୟଗଡା ଜିଲ୍ଲାର ପ୍ରମୁଖ ଜନଗହଳି ଓ ବ୍ୟବସାୟିକ ପେଣ୍ଠସ୍ଥଳୀ ମୁନିଗୁଡା କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ଚୋରାରେ ଦେଶୀ ଵିଦେଶୀ ମଦ ସହିତ ନକଲି ମଦର ମଧ୍ୟ ବନ୍ୟା ସୃଷ୍ଟି ହୁଏ। ଏହା ଦ୍ଵାରା ଏଠାରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ମହିଳା ଏବଂ ଭଦ୍ର ବ୍ୟକ୍ତି ମାନେ ମଧ୍ୟ ମାଦକ ଦ୍ରବ୍ୟ ସେବନ କରିଥିବା ମଦୁଆଙ୍କ ଦୁର୍ବ୍ୟବହାର ରୁ ବାଦ୍ ପଡି ନ ଥିଲେ। ମଦ ଦୋକାନ ବନ୍ଦ ପାଇଁ ଭଦ୍ର ମହିଳା ଓ ପୁରୁଷ ମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଅସାଧୁ ଲୋକପ୍ରତିନିଧି ଓ ପ୍ରଶାସନର ପ୍ରୋତ୍ସାହନରେ ମୁନିଗୁଡାରେ ଵିଦେଶୀ ମଦ ଦୋକାନ ସରକାରୀ ସିକୃତି ପାଇ ସ୍ଥାୟୀ ହୋଇଗଲା। ଫଳରେ ବହୁ ଛାତ୍ରଛାତ୍ରୀ ଓ ଯୁବପିଡି ପଥଭ୍ରଷ୍ଟା ହୋଇ ଅର୍ଥ ଅପଵ୍ୟୟ କରିଚାଲିଲେ। ମଦୁଆଙ୍କ ଭୟରେ ଵହୁ ସମୟରେ ଝିଅ ଵୋହୁ ଯାତାୟତ କରିବାକୁ ଅମଙ୍ଗ ମଣୁଥିଲେ। କ୍ରମସ ମଦ୍ୟପଙ୍କ ସଙ୍ଖ୍ୟା ଵୃଦ୍ଧି ପାଇବାରେ ଲାଗିବାସହ ସାହି ସାହି ଗଳିକନ୍ଦି ରେ ଦେଶୀ ବିଦେଶୀ ଚୋରା ମଦର ଆସର ଜମିଗଲା । କିଛି କିଛି ସ୍ଥାନେ ପୋଲିସ ତରଫରୁ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ପୁନରାୟ ଯେଉଁ ତିମିରକୁ ସେହି ତିମିର ହୋଇଗଲା । ହେଲେ ଚଳିତ ବର୍ଷ ମୁନିଗୁଡାର ସରକାରୀ ବିଦେଶୀ ମଦ ଦୋକାନ ନିଲାମ ହେବାପରେ ନୂତନ ମାଲିକ ନିଲାମ ଧାରୀ ହୋଇ ଏଠାରେ ମେ ମାସ ଏକ ତାରିଖରେ ମଦ ଦୋକାନ ଖୋଲିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଯାଇଥିଲା। କିନ୍ତୁ କୌଣସି କାରଣ ବଶତଃ ଆଜି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ନ ହେବାରୁ ଵିଚରା ମଦ ଗ୍ରାହକ ମାନେ ବାୟା ଵିଚଳା ହୋଇ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ସୁଯୋଗରେ ପୁରୁଣା ମଦ ଦୋକାନରେ ଥିଵା ଶହ ଶହ ସଂଖ୍ୟାରେ ମଦ ଚୋରାରେ ମୁନିଗୁଡା ସମେତ ବିଭିନ୍ନ ସ୍ଥାନରେ ବିକ୍ରି ପାଇଁ ଏଜେଣ୍ଟ ସୃଷ୍ଟି କରି ଵିଭିନ୍ନ ଗାଡି ଵସ୍ ଆଦିରେ ପଠାଗଲା, ହେଲେ ଏହି ଚୋରା ଵେପାରୀ ମାନେ ପୂର୍ବରୁ ଥାନା ସହିତ ସଲାସୁତରାରେ ଵେପାର କରୁଥିଲେ ମଧ୍ୟ ଏଵେ ଥାନାରେ ତାଙ୍କ ମନ୍ତ୍ର କିଛି କାମ କରୁନି କି ଏପରି ଚୋରା ଵେପାରୀଙ୍କୁ ଥାନା ତରଫରୁ କୌଣସି ସୁଯୋଗ ଦିଆଯାଉନି। ଏବେକାର ଥାନା ଅଧିକାରୀଣୀ ଓ ଏସ୍ ଡି ପି ଓ ଙ୍କ ଜାଲରୁ ଏହି ମଦଚାଲାଣ ଖସିନପାରି ବସ୍ ଓ ଟ୍ରାକ୍ଟର ରୁ ମଦ ଜବତ କରାଯିବା ସହ ଏହି କାର୍ଯ୍ୟ ଅବ୍ୟାହତ ଯାରି ରଖିଛନ୍ତି । ଆଉ କିଛି ଚୋରା ଭାଙ୍ଗ ଗୁଟୁକା ଵେପାରୀଙ୍କ ଭଳୀ ନୂଆ ଵେପାରୀ କିଛି ନିଜର ଚା ଖୈନୀ ଦୋକାନ, ପରିବା ଦୋକାନ, ସିମେଣ୍ଟ ଦୋକାନ, ଖାତା ବହି ଦୋକାନ, ଠେଲାଜଳଖିଆ ଦୋକାନ ଛାଡି ଚୋରା ମଦ ବିକ୍ରି ପାଇଁ ଓହ୍ଲାଇ ପଡୁଛନ୍ତି। ଏହି ଲକ୍ଡାଉନ ସେମାନଙ୍କ ପାଇଁ ପୁସୁମାସ ହୋଇଥିବା ବେଳେ ଅନ୍ୟ କାହାପାଇଁ ସର୍ବନାସରେ ପରିଣତ ହୋଇଛି। ସାହି ସାହି ରେ ମଦ ମିଳୁଛି ବାଇକରେ ଧରି ଡୋର ଡେଲିଭରି ଦିଆଯାଉଛି, ସେମାନଙ୍କର ପୋଲିସକୁ ଖାତିରିନା଼ହି, ଯେଉଁ ମଦବୋତଲ ଉପରେ ଧାର୍ଯ୍ୟ ଦାମ ଲେଖା ଅଛି ତାଠାରୁ ଚାରିଗୁଣ ଦାମରେ ଵିକ୍ରି କରାଯାଉଛି। ସେଥିପାଇଁ ଵହୁତ ନୂଆ ନୂଆ ଲୋକମାନେ ଏହି ବେପାରକୁ ଅର୍ଥ ଲୋଭରେ ଓହ୍ଲାଇ ପଡିଛନ୍ତି ,ଯାହାକି ଆନୁମାନିକ ଦୈନିକ ପ୍ରାୟ ଆଠରୁ ଦଶହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଏହାର ଏକମାତ୍ର କାରଣ ନୂତନ ଦୋକାନ ଆଜିପର୍ଯନ୍ତ ଖୋଲାନହେବାରୁ ଅଭ୍ୟସ୍ତ ମଦ୍ୟପ ଵ୍ୟକ୍ତି ମାନେ ଚଢା ଦାମରେ ଏହି ଚୋରା ମଦ କିଣି ଅର୍ଥାଭାବରୁ ଘରକଳନା ଯାବତୀୟ ଜିନିଷ ବିକ୍ରିକରି ମଦପିଇବାକୁ ବାଧ୍ୟ ହେଉଛନ୍ତି ଫଳରେ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି । ସାହି ସାହିଠାରୁ ଆରମ୍ଭ କରି ବଜାର ମେନ୍ ରୋଡ, ଫିଲ୍ମି ହଲ ଲାଇନ, ଗୋବର୍ଦ୍ଧନ, ଏବଂ ବାଇକରେ ଵୁଲାଵିକାଳି ମାନଙ୍କର ମଦ ଆସର ଵୁଲିଚାଲୁଛି। ଏ ନେଇ ପୁଲିସ୍ ଙ୍କ ପାରିବା ପଣିଆ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ମହାମାରୀ କରୋନା ର ଘଢି ସନ୍ଧିମୂହୂର୍ତରେ ଏପରି ଅନିୟମିତ କାର୍ଯ୍ୟ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳଵାସୀ ଦାଵୀ କରିବା ସହ ଲୋକମାନେ ଚୋରା ମଦ ଵେପାରୀଙ୍କ ଅର୍ଥ ଶୋଷଣ କାରୀଙ୍କଠାରୁ ରକ୍ଷା ପାଇପାରିଵେ।

LEAVE A REPLY

Please enter your comment!
Please enter your name here