!!! ରାୟଗଡା ଜିଲ୍ଲା ଗୁଣପୁର ରୁ ବାସନ୍ତୀ କୁମାରୀ ପାଟଜୋଷୀ ଓ ଏମ.ଶ୍ରୀକାନ୍ତ !!!
ଏଥର ସମ୍ଭାଳ (ଗୁଣପୁର) – ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଚାଲୁଥିବା ବେଳେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ଲାଗିଛି । ଏଥିରେ ଶିକ୍ଷକ ମାନେ ବିଶେଷ ଭାବରେ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅନେକ ଶିକ୍ଷକଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯାଉଛି । ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଖଣ୍ଡରେ କରୋନା ତାର କାୟାବିସ୍ଥାର କରିବା ସହ ଅନେକ ଲୋକଙ୍କ ପାଇଁ ପ୍ରାଣଘାତୀ ସାଜିଛି। କରୋନା ଯୋଗୁଁ ଗୁଣପୁର ଅଞ୍ଚଳ ରେ ମଧ୍ୟ ଜୀବନ ଯିବା ଆରମ୍ଭ ହେଲାଣି । କରୋନା ନିୟନ୍ତ୍ରଣ ତଥା ସଚେତନତା ପାଇଁ ଗୁଣପୁର ବ୍ଲକ ର ଶିକ୍ଷକ ମାନଙ୍କ ସହ ଅଙ୍ଗନବାଡି ଦିଦି ଏବଂ ଆଶା ଦିଦି ଙ୍କ ମିଳିମିଶି ଲୋକଙ୍କୁ ସଚେତନ କରୁଛନ୍ତି । ଶିକ୍ଷକ ମାନଙ୍କୁ ଆଗୁଆ କରୋନା ଟୀକା ନ ଦେଇ ଡ୍ୟୁଟି କରିବା ପାଇଁ ସେମାନଙ୍କ ଡ୍ୟୁଟି ଚାର୍ଟ ପ୍ରସ୍ତୁତି କରାଯାଇ ସେମାନଙ୍କୁ କେତେବେଳେ ସର୍ଭେ ଡ୍ୟୁଟି ରେ ନିୟୋଜିତ କରାଯାଉଛି ତ କେତେବେଳେ ଆନ୍ଧ୍ର ଓଡିଶା ସୀମା ନିରୀକ୍ଷଣ ଡ୍ୟୁଟି ରେ ନିୟୋଜିତ କରାଯାଉଛି । ଗୁଣପୁର ବ୍ଲକ ର ସହ ଶିକ୍ଷକ ଶ୍ରୀ ସଞ୍ଜୟ ଦାଶ ଙ୍କୁ ଗୁଣପୁର ଉପ ଜିଲ୍ଲାପାଳ କରୋନା ଡ୍ୟୁଟି ରେ ନିୟୋଜିତ କରିଥିଲେ କିନ୍ତୁ ଶ୍ରୀ ଦାଶ ନିଜେ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୁଚନା ଦେବା ପରେ ତାଙ୍କ ନିୟୋଜନ ଅଡର୍ କୁ ରଦ୍ଧ କରାଯାଇ ଅନ୍ୟ ଜଣ ଶିକ୍ଷକ ଙ୍କୁ ତାଙ୍କ ବଦଳରେ ନିୟୋଜିତ କରାଯାଇଥିବା ସୁଚନା ମିଳିଛି । ଚେକ୍ ପୋଷ୍ଟ ହେଉ ଅଥବା ସର୍ଭେ ନିମନ୍ତେ ଶିକ୍ଷକ ମାନଙ୍କୁ ନିୟୋଜିତ କରିବା ପୁର୍ବରୁ ସେମାନଙ୍କ ଆଣ୍ଟିଯେନ୍ ଟେଷ୍ଟ ଓ ଆର.ଟି.ପି.ସି.ଆର ଟେଷ୍ଟ କରା ଯାଇଛି କି ନାହିଁ , ସେମାନଙ୍କୁ କୋଭିଡ୍ ଟୀକା ଦିଆଯାଇଛି କି ନାହିଁ ତାହା ଜାଣିବା ଜରୁରୀ ମନେ କଲେ ନାହିଁ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ ମିଶ୍ର ଓ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସୋନାଲ୍ ଜେନା ।
ଶିକ୍ଷକ ମାନଙ୍କୁ ଛାଡ଼ି ଅଙ୍ଗନବାଡି କର୍ମୀ ତଥା ଆଶାକର୍ମୀ ମାନଙ୍କୁ କରୋନା ଯୋଦ୍ଧା ରୂପେ ବିବେଚିତ କରି ଟୀକାକରଣ କରାଯାଇଛି । ଟୀକାକରଣ ପରେ ନିଶ୍ଚିତ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ସଂକ୍ରମିତ ହେବା ଆଶଙ୍କା କମ ଥିବା ସହଜେ ଅନୁମେୟ କିନ୍ତୁ ତାଙ୍କ ସାଙ୍ଗରେ ବିନା ଟୀକାକରଣ ହେଇ ଜିଲ୍ଲାର ଏଭଳି ଶହ ଶିକ୍ଷକ ଡ୍ୟୁଟି କରୁଛନ୍ତି ଯାହାପାଇଁ ସେମାନଙ୍କର ଜୀବନ ଅକାଳରେ ଯାଇପାରେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖଦ ବିଷୟ ଏହିକି ଯେ ପରୋକ୍ଷରେ କହିବାକୁ ଗଲେ ବୋଧହୁଏ ଶିକ୍ଷକଙ୍କ ଜୀବନର କୌଣସି ମୁଲ୍ୟ ନାହିଁ, ଯଦି ଏଭଳି ନୀତିରେ କିଛିଦିନ ଚାଲେ ତେବେ ଅନେକ ଶିକ୍ଷକଙ୍କ ଜୀବନ ଚାଲିଯିବାର ଆଶଙ୍କାକୁ ଏଡ଼ାଇ ଦେଇ ପାରିବେନି ରାଜ୍ୟ ସରକାର ଏବଂ ରାୟଗଡ଼ା ଜିଲ୍ଲାପାଳ । ଏଥିପାଇଁ ତୁରନ୍ତ ଶିକ୍ଷକ ମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରିବା ସହ ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗେଇଦେବା ପାଇଁ ଜନ ସାଧାରଣ ରେ ଦାବୀ ହେବା ସହ ଆଗାମୀ ଦିନ ରେ କରୋନା ରେ ଯଦି କୌଣସି ଶିକ୍ଷକ ମୃତ୍ୟୁ ବରଣ କରନ୍ତି ତେବେ ସେହି ଘର ପରିବାର ର ମୁରବି ତଥା ଶିକ୍ଷକ ଙ୍କୁ ପରିବାର କୁ ଫେରାଇ ପାରିବେ କି ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ରାୟଗଡ଼ା ଜିଲ୍ଲାପାଳ ଓ ଗୁଣପୁର ଉପ ଜିଲ୍ଲାପାଳ ବେଳ ଥାଉ ଥାଉ ବନ୍ଧ ବାନ୍ଧିବେ ନା ପରିସ୍ଥିତି ର ସମାଧାନ କରିବେ ତାହା ଦେଖିବାକୁ ରହିଲା । ନଚେତ ପରେ ଆମକୁ କହିବାକୁ ପଡ଼ିବ ଏଥର ସମ୍ଭାଳ ।