!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!
ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୋଲୋତା ଗିରି ପଞ୍ଚାୟତ ପର୍ବତ ପଣସୁଆ ଗ୍ରାମ ରେ ବାସ କରନ୍ତି ରବୀନ୍ଦ୍ର ସାହୁ (୨୫) । ଛୋଟ ବେଳୁ ରବୀନ୍ଦ୍ର ବିକଳାଙ୍ଗ ହୋଥିବାରୁ ତାଙ୍କ ଦୁଇ ଗୋଡ ଭଲ ଭାବେ କାମ କରୁନଥିବା ଜଣାପଡିଛି । ରବୀନ୍ଦ୍ର ନିଜ ମା ଙ୍କ ସହ ମିଳିମିଶି ଗ୍ରାମ ରେ ରହୁଥିବା ବେଳେ ରବୀନ୍ଦ୍ର ଙ୍କ ଚଳଣି ନିମନ୍ତେ ସେଭଳି କୌଣସି ରୋଜଗାର ନଥିବା ସେ କହିଛନ୍ତି । ରବୀନ୍ଦ୍ର ଙ୍କ ସାନ ଭଉଣୀ ଭୁବନେଶ୍ଵର ର ଏକ ଘରୋଇ ସିଲେଇ କମ୍ପାନୀ ରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି ଏବଂ ରବୀନ୍ଦ୍ର ଗ୍ରାମ ର ୪ ରୁ ୫ ଜଣ ପିଲା ଙ୍କୁ ଟିଉସନ କରି ଭାଇ ଭଉଣୀ ଯାହା ପାଆନ୍ତି ସେଥିରେ ପରିବାର ଚାଲେ । ସରକାର ଙ୍କ ପକ୍ଷରୁ ରବୀନ୍ଦ୍ର ଙ୍କୁ ମାସିକ ୩୦୦ ଟଙ୍କା ଭତ୍ତା ଓ ମାସିକ ଚାଉଳ ବାବଦ କୁ ୨୦୦ ଟଙ୍କା ବ୍ୟତୀତ ଅନ୍ୟ କୌଣସି ସହାୟତା ର ରାସ୍ତା ନାହିଁ । ଦିବ୍ୟ।ଙ୍ଗ ହୋଇଥିବା ବେଳେ ତାଙ୍କୁ ଆଜକୁ ୫ ରୁ ୬ ବର୍ଷ ହେବ ସରକାର ଙ୍କୁ ଏକ ୩ ଚକିଆ ସାଇକେଲ ଯୋଗାଇ ଦେବାକୁ ବାରମ୍ବାର ଅନୁରୋଧ କରିବା ସତ୍ଵେ ସମ୍ପୃକ୍ତ ଅଧିକାରୀ କର୍ଣ୍ଣପାତ କରୁନଥିବା ରବୀନ୍ଦ୍ର ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସେ ଚଲାଉଥିବା ସାଇକଲ ମଧ୍ୟ ଏକ ବଦାନ୍ୟ ବ୍ୟକ୍ତି ପ୍ରଦାନ କରିଥିବା ସେ ପ୍ରକାଶ କରିଛନ୍ତି । ରବୀନ୍ଦ୍ର ଙ୍କୁ ଯିବା ଆସିବା ନିମନ୍ତେ ସରକାର ଙ୍କ ପକ୍ଷରୁ ସାଇକଲ ଟିଏ ସହ ବସ ପାସ ଓ ଦିବ୍ୟାଙ୍ଗ ଙ୍କୁ ମିଳୁଥିବା ସମସ୍ତ ମେଡିକାଲ ସୁବିଧା ସୁଯୋଗ ମିଳି ପାରିଲେ ରବୀନ୍ଦ୍ର ଙ୍କ ଦୁଃଖ ଦୂର ହେବ ବୋଲି ରବୀନ୍ଦ୍ର କହିଛନ୍ତି ।