ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଆଇଡି ମାର୍କେଟ ୩ ଦିନ ପାଇଁ ବନ୍ଦ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଥିବାରୁ BMC ଏହି କଡ଼ା ପଦକ୍ଷେପ ନେଇଛି । ଆଜିଠୁ ୨୪ ଘଣ୍ଟା ପାଇଁ ସିଲ୍ ହେଲା ଇନ୍ଦ୍ରଧନୁ ମାର୍କେଟ । ଏହା ପରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ତେଣୁ ଲଗାତର ୩ ଦିନ ଧରି ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ଏହା ଆଗରୁ କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଗତକାଲି ଭୁବନେଶ୍ୱର ଡମଣା ହାଟକୁ ସିଲ୍ କରିଥିଲା ବିଏମସି। ୪୮ ଘଣ୍ଟା ଯାଏ ବିଏମସି ପକ୍ଷରୁ ଏହି କଟକଣା ଲଗାଯାଇଥିଲା । ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମସି ପକ୍ଷରୁ ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ ସାମାଜିକ ଦୂରତା ଓ କୋଭିଡ୍ କଟକଣା ନିୟମକୁ ପାଳନ କରିବାକୁ କୁହାଯାଇଛି ।ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍ସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସବୁକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି। ସହିଦ ନଗର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କୋଭିଡ୍ କଟକଣା ନିୟମର ଉଲ୍ଲଂଘନ ହେଉ ଥିବାରୁ ତାକୁ ମଧ୍ୟ ଆଗାମୀ ୭ ଦିନ ପାଇଁ ସିଲ୍ କରାଯାଇଛି ।