!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ରାୟଗଡା)- ବିଭିନ୍ନ ଦୁର୍ନୀତିର ତଥ୍ୟପାଇଁ ଆଜି ରାୟଗଡା ଜିଲ୍ଲା ନଗର ଭାଜପା ନଗର ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟକୁ ଏକ ଦାବୀପତ୍ର ମାଧ୍ୟମରେ ଦେବାକୁ ଦାବିକରିଛି l ଗତ କିଛିଦିନ ହେଲା ନଗରରେ ବହୁତ ପ୍ରକଳ୍ପରେ ଦୁର୍ନୀତିର ଗନ୍ଧବାରି ଏହାର ସତ୍ୟାସତ୍ୟ ବାହାରକରି ଲୋକଙ୍କ ସାମନାକୁ ଆଣି ପାରାଦଫାସ କରାଯିବ ବୋଲି ଭାଜପା ନେତାକହିଛନ୍ତି l ୨୦୧୬ରୂ ୨୦୧୮ପର୍ଯ୍ୟନ୍ତ ହୋଇଥିବା ଅସିକୋଟି ଦୁର୍ନୀତିର ତଥ୍ୟ ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ମଗାଯାଇଥିଲା. ଯାହା ଏପର୍ଯ୍ୟନ୍ତ ଦିଆଯାଇନାହିଁ l ବିଭିନ୍ନ ପ୍ରକଳ୍ପର ଖୋଲା ଯାଇଥିବା ପ୍ରକଳ୍ପର ନଥିପତ୍ର (ଫାଇଲ )ହଜି ଯାଇଛି, ଅଫିସରେ ଦେଖାଯାଉନି ତାହା କପୋଳକଳ୍ପିତ ଏବଂ ବିଭାଗୀୟ ଅଧିକାରୀ ଏଥିରେ ସମ୍ପୃକ୍ତଥିବା ଜଣାପଡୁଛି. ନଚେତ ତାହାକିପରୀ ସମ୍ଭବହେଲା ତାହା ପ୍ରସ୍ନକରିଛନ୍ତି l
ଅର୍ବାନ ୱେଜ ଏମ୍ପ୍ଲୋୟମେଣ୍ଟ ଇନଟିଟିଭ (କରନା ସମୟରେ ଦାଦନ ଖଟିବାକୁଯାଇ ଫେରିଥିବା ଶ୍ରମିକଙ୍କୁ କାମଯୋଗାଇବା ନାରେ କାହା କାହାକୁ କେଉଁଠି ନିୟୋଜିତ କରାଯାଇଥିଲା ତାର ବିବରଣୀ ମଗାଯାଇଛି l ସହରର ମୁଖ୍ୟ ମାର୍କେଟ କମ୍ପ୍ଲେକ୍ସକୁ କାହାକୁ ଆବଣ୍ଟନକରାଯାଇଛି ଓ ବର୍ତମାନ କିଏ ଦଖଲରେଅଛନ୍ତି ତାହାର ସବିଶେଷ ବିବରଣୀ ଦରକାର ବୋଲି କୁହାଯାଇଛି l ଏନେଇ ନଗର ନିର୍ବାହୀ ଯନ୍ତ୍ରୀ ଆସୀର ଅହମଦଙ୍କୁ ଏହିଦାବୀ ସମ୍ପର୍କିତ ସ୍ମରାକପତ୍ର ପ୍ରଦାନକରାଯାଇଛି l କରୋନା କଟକଣାକୁ ଦୁଷ୍ଟିରେରଖି ଅଧିକସଂଖ୍ୟାରେ ନଯାଇ ନଗରସଭାପତି ଶ୍ୟାମଦାସଙ୍କ ସମେତ ଜଗଦୀଶ ସୁନାରି, ବିଦ୍ୟାସାଗର, ରାଜେଶ ପାଣିଗ୍ରାହୀ, ଅଜୟ ଚୂଲେଟ, ଝରଣା ମହାନ୍ତି, ମଞ୍ଜୁଳା ମିନିୟକା, ସନ୍ତୋଷ ସାହୁ, ରାଜେଶ୍ୱରୀ ମାଝୀ ଓ ସଂଯୁକ୍ତା କାଡ୍ରାକା ପ୍ରମୁଖ ଯାଇ ଭେଟି ଥିଲେ l