Site icon Ethara Sambhala

ପୁଣି ସକ୍ରିୟ ଗୁଣୁପୁରରେ ତମାଖୁ ଜାତ ଦ୍ରବ୍ୟ କଳା ବଜାରୀ…!

!!!  ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ  !!!

ଏଥର ସମ୍ଭାଳ (ଗୁଣପୁର) – କୋରନା କାହାପାଇଁ ସର୍ବନାଶ ପାଲଟିଥିବା ବେଳେ ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ କଳା ବଜାରୀ ଓ ଲାଭଖୋର ବ୍ୟବସାୟୀ ଙ୍କ ପାଇଁ ଆଶୀର୍ବାଦ ପାଲଟିବା ଭଳି ମନେ ହୁଏ । କରୋନା କଟକଣାର ଫାଇଦା ଉଠାଇ ବ୍ୟବସାୟୀ ମାନେ ତମାଖୁ ଜାତ ସାମଗ୍ରୀ ଗୁଟୁଖା, ଭାଙ୍ଗ, ମସଲା ଜାତ ସାମଗ୍ରୀ କୁ ଲୁଚେଇ ରଖି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ପ୍ୟାକେଟ ପିଛା ତିନିଗୁଣା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଯଦ୍ୱାରା ଏଥିରେ ଅଭ୍ୟସ୍ତ ଲୋକେ ଏବେ ମୁଣ୍ଡରେ ହାତ ଦେଇ ବସି ରହିଥିବା ବେଳେ, ଅସାଧୁ ବ୍ୟବସାୟୀ ମାନେ ମାଲେମାଲ ହେଉଛନ୍ତି ।

ଗୁଣପୁର ଉପଖଣ୍ଡରୁ ତମାଖୁ ଓ ଗଞ୍ଜେଇ ଭଳି ମାନବ ଜୀବନ କ୍ଷତି ନାଶକ ସାମଗ୍ରୀ କୁ ହଟାଇବା ନିମନ୍ତେ ତତ୍କାଳୀନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦାସଙ୍କ ଦୃଢ଼ ସଂକଳ୍ପ ଏବଂ ଆଦର୍ଶ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ପ୍ରଚେଷ୍ଟାରେ ଗୁଣପୁର ଅଞ୍ଚଳ ରୁ ତମାଖୁ ଜାତ ଦ୍ରବ୍ୟର କଳାବଜାରୀ ଓ ବିକ୍ରେତା ସାବାଡ଼ ହୋଇଥିଲେ । ଏଠାରୁ ଏମାନଙ୍କ ବଦଳୀ ପରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଦଲାଲ ବ୍ୟବସାୟୀ । ଗୁଣୁପୁର ଉପଜିଲ୍ଲାପାଳ ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ସହ ଅସାଧୁ ବ୍ୟବସାୟୀ ଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି ।

Exit mobile version