!!! ରାୟଗଡା ଜିଲ୍ଲା ଗୁଣପୁରରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଗୁଣପୁର) – ଗୁଣପୁର ଅଂଚଳରେ କରୋନା ସଂକ୍ରମଣର ବୃଦ୍ଧିକୁ ରୋକିବା ପ୍ରୟାସରେ ସ୍ଥାନୀୟ ପ୍ରଶାସନ ଗୁଣପୁର କୁ ଆନ୍ଧ୍ର ସୀମା ଅତିକ୍ରମ କରି ଆସୁଥିବା ଟ୍ରେନ ଚଳା ଚଳ ଉପରେ କଡା ନଜର ରଖିବା ସହ ଷ୍ଟେସନ ପ୍ଲାଟଫର୍ମ ଠାରେ ଯାଞ୍ଚ କରିବା ସହ ଯାତ୍ରୀ ଙ୍କ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳିଛି ।

ଏହି ଯାଞ୍ଚ ପ୍ରକ୍ରିୟା ସ୍ଥାନୀୟ ତହସିଲଦାର ଏ.ଫ୍ ଏକ୍କା ଙ୍କ ତତ୍ୱାବଧାନ ରେ କରାଯାଉଥିବା ବେଳେ ଅତିରିକ୍ତ ତହସିଲଦାର କପିଳେଶ୍ୱର ତାଣ୍ଡି ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟା ରେ ସହଯୋଗ କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଏଭଳି ପଦକ୍ଷେପ କୁ ସାଧାରଣରେ ପ୍ରଶଂସା କରିବା ସହ ଏଭଳି ନିଷ୍ପତ୍ତି ସଂକ୍ରମଣ କୁ ରୋକିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here