!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!

ବରୀ ବ୍ଲକ ଅଧିନସ୍ଥ ଅଲିପୁର ଗ୍ରାମପଞ୍ଚାୟତ ରେ ସରକାର ଙ୍କ କାଳିଆ ଯୋଜନା ର ଏକ ନଗ୍ନ ଚିତ୍ର ପ୍ରତିଫଳିତ ହୋଇଛି । ଏହି ଯୋଜନା ରେ ପ୍ରତି ଲୋକ ଉପକୃତ ହେବା କଥା କୁହା ଯାଉଥିବା ବେଳେ ଏଠାରେ ହିତାଧିକାରୀ ସଂଖ୍ୟା ଠାରୁ ଫର୍ମ କମ ରହିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ ବିରେନ୍ଦ୍ର ମିଶ୍ର ଫର୍ମ ଗୁଡିକୁ ଜେରକ୍ସ କରି ହିତାଧିକାରୀ ମାନଙ୍କୁ ବାଣ୍ଟୁଥିବା ଦେଖିବାକୁ ମିଳିଛି । ଯୋଜନା ମାଧ୍ୟମରେ ବିଜେଡି ସରକାର ନିଜର ବଡିମା ପ୍ରକାଶ ପାଇଁ ଲୋକ ଙ୍କୁ ମିଛ କଥା କହି ଠକୁଥିବା ଜନସାଧାରଣ ଅଭିଯୋଗ କରୁଛନ୍ତି ।  ହିତାଧିକାରୀ ଙ୍କ ଫର୍ମ ସଂଗ୍ରହ ନିମନ୍ତେ ସରକାର ପକ୍ଷରୁ ବାକ୍ସ ର ବ୍ୟବସ୍ତା କରାଯାଇଥିବା କୁହାଯାଉଥିବା ବେଳେ ଏଠାକୁ କୌଣସି ବାକ୍ସ ପହଞ୍ଚି ପାରିନଥିବା ଏବଂ ଫର୍ମ ସଂଗ୍ରହ ନିମନ୍ତେ ନିଯୁକ୍ତ କର୍ମଚାରୀ ଏଠାକୁ ଆସୁନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।  ସ୍ଥାନୀୟ ଅପ୍ରୀତିକର ପରିସ୍ଥିତି କୁ ଏଡାଇବା ଲାଗି ସରପଞ୍ଚ ମୋହଦୟ ହିତାଧିକାରୀ ଙ୍କ ଠାରୁ ଫର୍ମ ଗୁଡିକ ସଂଗ୍ରହ କରି ରଖିଥିବା ପ୍ରକାଶ କରିଛନ୍ତି ।  ଏନେଇ ସମ୍ପୃକ୍ତ କତ୍ତୃପକ୍ଷ ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ଆସୁ ଫଳ ପ୍ରଦ ହୋଇପାରୁ ନାହିଁ । ସ୍ଥାନୀୟ ଅଞ୍ଚଳ ରେ ଏହାକୁ ନେଇ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଯଥାଶୀଘ୍ର ଏନେଇ କୌଣସି ବ୍ୟବସ୍ଥା କରାନଗଲେ ଆଗାମୀ ଦିନ ରେ ଏକ ବଡ ଧାରଣ ର ଅଶାନ୍ତ ପରିବେଶ ର ସୂତ୍ରପାତ କୁ ଏଡାଇ ଦିଆଯାଇ ନପାରେ ।

LEAVE A REPLY

Please enter your comment!
Please enter your name here