ବୁରୁଝରି ପଞ୍ଚାୟତରେ ‘ମୋ ଗାଁ ରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡା)- ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଠକ, ଓ ଏଲ୍ ଆର୍, ୮ ଏ ପ୍ରଭୃତି ସୁବିଧା ଯୋଗାଇବା ଥିଲା ଏହାର ଉଦ୍ଦେଶ୍ୟ l ଲୋକମାନେ ରାଜସ୍ବ ବିଭାଗର ସମସ୍ତ ସେବା ଯେପରି ନିଜ ପଂଚାୟତରେ ପାଇପାରିବେ ଏବଂ ରାଜସ୍ବ ବିଭାଗରେ ସମସ୍ତ ମାମଲା ଗୁଡିକର ତ୍ବରିତ ଫଇସଲା କରାଯିବ ସେଥିପାଇଁ ୫ ଟି ଉପରେ ଗୁରୁତ୍ୱ ଦିଆଯାଇଥିବା ସହ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡ଼ିବା ବଦଳରେ ସଠିକ୍ ସମୟରେ ସେବା ପାଇବା ପାଇଁ ଏହା ଆୟୋଜନ କରାଯାଉଛି ବୋଲି। କୋଦଳା ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଙ୍କ ସମେତ ରାଜସ୍ୱ ପରିଦର୍ଶକ ବୈଦ୍ୟନାଥ ଗୌଡ଼, ବୁରୁଝରି ରାଜସ୍ବ ନିରୀକ୍ଷକ ଦେବାଶିଷ ମାଝୀ , ଅମିନ ଗଙ୍ଗାଧର ଜ।ନୀ, ସହାୟକ ରାଜସ୍ବ ନିରୀକ୍ଷକ ବିରୂପକ୍ଷ ବେହେରା ,ବରିଷ୍ଠ ରାଜସ୍ବ ସହାୟକ, ସଞ୍ଜୟ କୁମାର ସେଠୀ, ସନ୍ତୋଷ ବେହେରା, ଡିଇଓ କେଦାର ମହାନ୍ତି, ସିନିୟର କ୍ଲର୍କ ରବିନ୍ଦ୍ର ବେହେରା, ଚିନ୍ମୟୀ ବେହେରା, ଅନିତା ନାୟକ, ରେକର୍ଡ ରକ୍ଷକ ଜଗନ୍ନାଥ ପଟ୍ଟନାୟକ ,ବଂଶୀଧର ଗୌଡ଼ଙ୍କ ସମେତ କୋଦଳା ତହସିଲର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ୩୧ ଟି ମାମଲା ପଞ୍ଜିକୃତ ହୋଇଥିଲା।

Leave a Reply

Your email address will not be published. Required fields are marked *