ସରକାର ଙ୍କ ବସୁନ୍ଧରା ଯୋଜନା ଏକ ପ୍ରହସନ! ଭିନ୍ନକ୍ଷମ ଙ୍କୁ ମୁଣ୍ଡ ଗୁଞ୍ଜିବାକୁ ନାହିଁ ବାସସ୍ଥାନ ! ଭଙ୍ଗା ଦଦରା କୁଡିଆ ରେ ତିନି ପ୍ରାଣୀ କୁଟୁମ୍ବ !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଯୋଡ଼ା) – ଭାରତ ସରକାର ଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ସରକାର ପର୍ଯ୍ୟନ୍ତ ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରି ଲୋକଙ୍କୁ ସଚେତନ କରିବା ପାଇଁ ଦୁରଦର୍ଶନ ଏବଂ ବଡ଼ ବଡ଼ ହୁଡିଙ୍ଗ କରି ରାଜନେତାଙ୍କ ର ବୟାନ କିଛି କମ୍ ନୁହେଁ ! କିନ୍ତୁ ହେବ କ’ଣ ଯିଏ ଯେଉଁଠି ଅଛନ୍ତି ସେହି ଭଳି ଅବସ୍ଥା ରେ ଦିନ କାଟୁଛନ୍ତି ! ଫଳ ସ୍ୱରୂପ ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ଅନ୍ତର୍ଗତ ଦବୁନା ଗ୍ରାମ ର ଚମ୍ପା ସନ୍ଦା ଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ! ଉକ୍ତ ଅଞ୍ଚଳରେ କଳାକୃଷ୍ଣ ପାତ୍ର ନାମକ ଜଣେ ବ୍ୟକ୍ତି ଏଭଳି ପରିସ୍ଥିତିରେ ସମୁଖୀନ ହୋଇ ଆସୁଛନ୍ତି ! ପୂର୍ବ ପୁରୁଷ ର ଭିଟା ମାଟି କହିଲେ ସଂରକ୍ଷିତ ଜଙ୍ଗଲ ଜମି ଉପରେ ଛେଳି ଗାଇ ଜଗୁଆଳି ରୁ ଉପାର୍ଜିତ ସ୍ବଳ୍ପ ଅର୍ଥ ରେ ମୁଣ୍ଡ ଗୁଞ୍ଜିଛନ୍ତି ତିନି ପ୍ରାଣୀ ! ଛପର କହିଲେ ପତଳା କେଇଖଣ୍ଡ ଟିଣ ମାଟିରେ ଆବଦ୍ଧ ଥିବା ଏକ ଛୋଟ ଘର ଯେଉଁଠି ଆଜି ପର୍ଯ୍ୟନ୍ତ ବିଜୁଳି ସେବା ମଧ୍ୟ ପହଞ୍ଚି ପାରି ନାହିଁ ଫଳରେ ପ୍ରତ୍ୟେକ ଦିନ ହାତୀ ଜଗୁଆଳି ସାଜିଛି ! ଏହି ପରିସ୍ଥିତିରେ ଆତଙ୍କିତ ଅବସ୍ଥାରେ ଭଗବାନ ଙ୍କୁ ଭରସା କରି ତିନି ପ୍ରାଣୀ କାଳ କାଟୁଛନ୍ତି ! ବର୍ତମାନ ଜଙ୍ଗଲ ରୁ ଜାଳକାଠ ଏବଂ ପତ୍ର ବିକ୍ରି କରି ଦୈନନ୍ଦିନ ଗୁଜୁରାଣ ମେଣ୍ଟାଉଛନ୍ତି ! ଏହି ପରିପ୍ରେକ୍ଷୀରେ କିଏ ତାହାର ସାହା ଭରଷା ଜିଲ୍ଲା ପ୍ରଶାସନ ଏହାର ଜବାବ ନିଶ୍ଚିତ କରନ୍ତୁ ! ପ୍ରହସନ ଅପେକ୍ଷା ପ୍ରଶ୍ଚାହନ ଦେଲେ ଏଠାକାର ଗରିବ ପ୍ରଜାମାନେ ଉପକୃତ ହେବେ ! ବିଶେଷ ଭାବେ ପ୍ରକାଶ ଥାଉକି ଉକ୍ତ ଅଭିଯୋଗକାରୀ ଙ୍କ ସ୍ତ୍ରୀ ଚାନ୍ଦ ପାତ୍ର ଦୀର୍ଘ ଦିନ ଧରି ଅର୍ଥାଭାବ ଏବଂ ସଚେତନତା ଅଭାବ ରୁ ଯକ୍ଷ୍ମା ରୋଗ ରେ ପିଡୀତ ଥିବା ସ୍ଥଳେ ସ୍ବାମୀ ଜନ୍ମ ରୁ ଭିନ୍ନକ୍ଷମ, ଯାହାକି ଏକ ବାମ ହାତ ଏବଂ ବାମ ଗୋଡ କାମ କରୁ ନାହିଁ ଯାହା ରାଜ୍ୟ ସ୍ବାସ୍ଥ୍ୟ ସେବା ପ୍ରଣାଳୀ ଅପାରଗ କାର୍ଯ୍ୟ କୁ ଇଙ୍ଗୀତ କରୁଛି, ଉକ୍ତ ରୋଗାଗ୍ରସ୍ତ ମହିଳା ଅତ୍ୟନ୍ତ ଦୁର୍ବଳ ହୋଇ ପଡିବାରୁ ତାଙ୍କ ସ୍ବାମୀ ଏବଂ ଛୋଟ ପୁଅ ଖଗେ ପାତ୍ର ର ମଧ୍ୟ ଯତ୍ନ ନେଇ ପାରୁନାହାନ୍ତି, ଫଳରେ ଉକ୍ତ ଶିଶୁ ର ଭବିଷ୍ୟତ ଏକ ନିଶ୍ଚିତ ଅନ୍ଧାର ଗଳି ଦେଇ ଗତି କରୁଥିବା ର ଏକ କରୁଣ ପରିସ୍ଥିତି ସୃଷ୍ଟି କରିଛି ! ଆଗରୁ ମିଳିଥିବା ରାସନ୍ କାର୍ଡ ଟି ମଧ୍ୟ କଟା ଯାଇଥିବା ଅଭିଯୋଗ କରିଛନ୍ତି, ଏଣୁ ଏଥିପ୍ରତି ପ୍ରଶାସନ ଯଥାଶୀଘ୍ର ସମ୍ଭବ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ !

Leave a Reply

Your email address will not be published. Required fields are marked *