!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ରାୟଗଡା)- ରାୟଗଡ ସଦରମହକୁମାରେ ଥିବା କସ୍ତୁରୀନଗର ସଖି ଵୃଦ୍ଧାଶ୍ରମରେ ସମାଜସେବୀ ଲଳିତମୋହନ ଓ ଆଶାଲତା ପଟନାୟକ ଆଶ୍ରମରେ ରହିଥିବା ଅନ୍ତେବାସୀଙ୍କୁ ଅନବସ୍ତ୍ର ପ୍ରଦାନ କରିଛନ୍ତି l ଏହି ଆଶ୍ରମରେ ନିଆଶ୍ରିତ ସାହାରା ହୀନବୃଦ୍ଧ ବୃଦ୍ଧା ରହନ୍ତି l ଏକ ସ୍ୱତନ୍ତ୍ର କମିଟିଦ୍ୱାରା ଏହା ପରିଚାଳିତ ହୁଏ l ଏଠି ୧୫ଜଣ ସଧବା ୫ଜଣ ବିଧବା ଓ ୧୦ ଜଣ ପୁରୁଷ ଅନ୍ତେବାସୀ ରହୁଛନ୍ତି lସ୍ବର୍ଗତ ସମାଜ ସେବୀ ବିଶ୍ୱ ବୈଦିକ ପରିବାର ହାଟ ମୁନିଗୁଡା ପ୍ରତିଷ୍ଠାତା କଲ୍ୟାଣୀଦେବୀ ପଟନାୟକଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀ ଉପଲକ୍ଷେ ଏହି ଦମ୍ପତିଦ୍ବୟ ଆଶ୍ରମ କମିଟିକୁ ଅନୁମତି ମାଗିଥିଲେ l ଅନୁମତି ମିଳିଲାପରେ ଅନ ଲିଙ୍ଗଅନୁସାରେ ବସ୍ତ୍ର ପ୍ରଦାନକରୁଥିଲେ l ଲଳିତ ଜଣେ ସମ୍ଭ୍ରାନ୍ତଶ୍ରେଣୀ ଘରର ସନ୍ତାନ ଥିବାବେଳେ ତାଙ୍କ ଜନ୍ମସ୍ଥାନ କୋଲନରା ବ୍ଲକର ଦୁର୍ଗମ ରେଖାପଦର ଗ୍ରାମର କରଣ ପରିବାରଅଟେ l ସେ ବର୍ତମାନ ସୁଦୂର କୋରାପୁଟ ଶାବର ଶ୍ରୀକ୍ଷେତ୍ରର ପରିଚାଳନାରେ ସହାୟକ ହେବାସହ ସ୍ବର୍ଗତ କୃଷ୍ଣ ପାଣିଗ୍ରାହୀଙ୍କ ନିକଟ ସହଯୋଗୀ ରହିବାସହ ଦେଶିଭାଷା ସମିଳନୀର ସଂଯୋଯୋଗ ରହିଆସିଛନ୍ତି l ସେ ସେମିଲିଗୁଡା ବ୍ଲକ ଵିଲାପୁଟ ଗ୍ରାମରେ ନିର୍ମାଣାଧୀନ ଥିବା ନୂତନ ଜଗନାଥମନ୍ଦିର କରାଇବାରେ ମୁଖ୍ୟ ପୁରୋଧା ହୋଇଥିବା ବେଳେ ନବରଙ୍ଗପୁର, ମାଲକାନଗିରି ଝରୀଗାଁ ଜଗନାଥ ମନ୍ଦିର ନିର୍ମାଣର ମୁଖ୍ୟଅଟନ୍ତି l ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଜଗନାଥ ସଂସ୍କୃତି ପ୍ରଚାର ପ୍ରସାର କରିବା, ଭାଗବତ ଘର ପରିଚାଳକ ରହିଆସିଛନ୍ତି l ସେହି ଭଳି ଅଞ୍ଚଳର ଆଦିବାସୀ ଓ ଗରିବ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ସିଲେଇ ଟ୍ରେନିଂ ଧୂପକାଠି ତିଆରି ଅଧାରୁ ପାଠଛାଡିଥିବା ପିଲାଙ୍କୁ ପଢ଼ାଇବାଭଳି ଜନ ମଙ୍ଗଳକାରି ପାଦକ୍ଷେପ ନେଇଛନ୍ତି l