ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧୀନସ୍ଥ ସିରିଝୋଲି ଗ୍ରାମଠାରେ କମ୍ୟୁନିଟ ହଲ ନିର୍ମାଣ କରିବା ନିମନ୍ତେ ଆମ ଗାଁ ଆମ ବିକାଶ ପକ୍ଷରୁ ୩ଲକ୍ଷ ଟଙ୍କା ଅନୁଦାନ ଆସିଥିବା ଜଣାପଡିଛି । କାର୍ଯ୍ୟ ନିର୍ମାଣ କରିବା ନିମନ୍ତେ ଏହି ଅନୁଦାନ ରାଶି ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ ଆମ୍ବେଦକର ହରିଜନ କୂଳ ସେବା ଟ୍ରଷ୍ଟର ନାମରେ ମଞ୍ଜୁର ହୋଇଥିବା ଜଣାପଡିଛି । କିନ୍ତୁ ଏହାର କାର୍ଯ୍ୟାଦେଶ ସ୍ଥାନୀୟ ଗ୍ରାମ ସେବକ ତଥା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଗ୍ରାମରେ ତାଙ୍କ ହାତ ବାରିସି ସାଜି ରହିଥିବା କିଛି ବ୍ୟକ୍ତି ବିଶେଷ ଙ୍କୁ ଏହାର ନିର୍ମାଣ କାର୍ଯ୍ୟ ନିମନ୍ତେ କାର୍ଯ୍ୟାଦେଶ, ଦେଇଥିବାକୁ ବିରୋଧ କରି ଆମ୍ବେଦକର ଟ୍ରଷ୍ଟର ସମ୍ପାଦକ ବି ଡି ଓ ଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ବିଡ଼ିଓ ଉଭୟଙ୍କୁ ୧୦ ତାରିଖ ଶନିବାର ଦିନ ନିଜ କାର୍ଯ୍ୟାଳୟ କୁ ଡାକିଥିଲେ । ପରନ୍ତୁ ଟ୍ରଷ୍ଟ ସମ୍ପାଦକ ଙ୍କ ଅଭିଯୋଗ ପ୍ରତି କୌଣସି ଗୁରୁତ୍ୱ ନଦେଇ ଗ୍ରାମସେବକ ଙ୍କ ଉପସ୍ଥିତିରେ ତାଙ୍କ ହାତ ବାରିସି ସାଜିଥିବା ବ୍ୟକ୍ତି ଙ୍କୁ ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ କହିଥିଲେ ।

 

ଏହାକୁ ଟ୍ରଷ୍ଟ ସମ୍ପାଦକ ବିରୋଧ କରିବାରୁ ଏହା ସେ ତାଙ୍କ ପ୍ରଶାସନିକ କ୍ଷମତା କ୍ରମେ କହିଥିବା ଏବଂ ଆବଶ୍ୟକ ହେଲେ ଉକ୍ତ ମଞ୍ଜୁରୀ ଆଦେଶ କୁ ରଦ୍ଦ କରିଦେବେ ବୋଲି କହିଥିବା ଟ୍ରଷ୍ଟ ସମ୍ପାଦକ ଅଭିଯୋଗ କରିଛନ୍ତି । ବିଡ଼ିଓ ଙ୍କ ଏଭଳି ଏକ ତରଫା ନିର୍ଦେଶ ବିରୁଦ୍ଧରେ ଟ୍ରଷ୍ଟ ସମ୍ପାଦକ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି । ବିଡ଼ିଓ ଙ୍କ ଠାରୁ ସବୁଜ ସଙ୍କେତ ପାଇବା ପରେ ସଂପୃକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣକ ତାଙ୍କ ହାତବାରିସୀ ଙ୍କ ସହ ଖୁସି ମନାଉଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଭିଡିଓ ଆମ ହସ୍ତଗତ ହୋଇଛି ।

ଏହା ପାଠକଙ୍କ ଅବଗତି ନିମନ୍ତେ ଆମ୍ଭେ ଏହାକୁ ଏଠାରେ ଉପସ୍ଥାପନା କରୁଛୁ । କାହାର ବ୍ୟକ୍ତିଗତ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ନୁହେଁ । ବାବୁଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ ସମିତି ପକ୍ଷରୁ ଗୋଟିଏ ଘର କୁ ଦେଖାଇ ତିନିଥର ଭିନ୍ନ ଭିନ୍ନ ଯୋଜନାରେ ଟଙ୍କା ଯୋଗାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଦେଖିବାକୁ ରହିଲା ଏସବୁର ଅନୁସନ୍ଧାନ କେବେ ହୋଇ, କି କାର୍ଯ୍ୟାନୁଷ୍ଠାନ ହେଉଛି ।

LEAVE A REPLY

Please enter your comment!
Please enter your name here