ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା;୩ ଶିକ୍ଷକ ସସପେଣ୍ଡ୍…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିଅଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଅବହେଳା ଦର୍ଶାଇ ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗତ ୯ ତାରିଖରେ ଓଟିଇଟି ପରୀକ୍ଷା ଚାଲୁଥିବା ବେଳେ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏହାସହ ଜଣେ ପ୍ରରୀକ୍ଷାର୍ଥୀଙ୍କ ନିକଟରୁ ପ୍ରଶ୍ନପତ୍ର ଉତ୍ତୋଳନ ହୋଇଥିବା ମୋବାଇଲ୍ ଜବତ କରାଯାଇଥିଲା। ଏହାର ତଦନ୍ତ କରାଯାଇ ଓଟିଇଟି ପରୀକ୍ଷା ହଲର ସେହି କୋଠରୀରେ ଦାୟିତ୍ୱରେ ଥିବା ସୁନାମୁଣ୍ଡା ବିଦ୍ୟାଳୟର ଶିକ୍ଷକ ବିଶ୍ୱନାଥ କିଷାନ, ପରୀକ୍ଷା ହଲର ଗେଟ୍ ଚେକିଂ ଦାୟିତ୍ୱରେ ଥିବା ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ବେହେରା ଓ ଶିକ୍ଷକ ସୁଶାନ୍ତ ରାୟଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ନିଲମ୍ବିତ କରିଛନ୍ତି।ସୂଚନାଯୋଗ୍ୟ, ବିଏସଇ ଦ୍ୱାରା ଗତ ୯ ତାରିଖରେ ଓଟିଇଟି ପରୀକ୍ଷା ହୋଇଥିଲା। ୧,୨୫,୮୮୦ ଜଣ ପରୀକ୍ଷାର୍ଥୀ ରାଜ୍ୟର ୪୯୧ଟି ସେଣ୍ଟରରେ ପରୀକ୍ଷା ଦେଇଛନ୍ତି। ଦେବଗଡ଼ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଥିଲେ। ତେବେ ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ୱପତ୍ର ଭାଇରାଲ ହୋଇଥିଲା ଉକ୍ତ ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତିଲେବଣୀ ବ୍ଲକ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *