ଏଥର ସମ୍ଭାଳ ବ୍ୟୁରୋ (ନୟାଗଡ଼) – ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗେଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ସେଥିମଧ୍ୟରୁ ନୟାଗଡ ଜିଲ୍ଲା ର ୬୫ ହଜାର ୯୧୯ ଚାଷୀ ଙ୍କୁ ପ୍ରାରମ୍ଭିକ ଭାବରେ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କରା ଯାଇଥିବା ବେଳେ ବାଦ ପଡିଥିବା ଅନ୍ୟ ଚାଷୀ ମାନେ ୧୦ ତାରିଖ ସୁଦ୍ଧା ପଂଚାୟତ ଅଫିସରେ ଉପଲବ୍ଧ ଗ୍ରୀନ ଫର୍ମରେ ଆବେଦନ କରିପାରିବେ ବୋଲି କୁହାଯାଇଛି । ନୟାଗଡ ଜିଲ୍ଲାର ଅନେକ ପଂଚାୟତରେ ଏହାର ଅବ୍ୟବସ୍ଥା ଦେଖାଯାଇଥିବା ଅଭିଯୋଗ ହେଉଛି । ଫର୍ମ ଖଣ୍ଡିଏ ପାଇଁ ଚାଷୀ ଙ୍କ ମଧ୍ୟରେ ହେଉଥିବା ଠେଲା ପେଲା ଦେଖିଲେ ମାନେ ହେଉଛି ସତେ ଯେମିତି କାଳିଆ ଙ୍କ ପାଇଁ ଏଠି ଠେଲା ପେଲା । ସରକାର କେବେ ଏହି ଠେଲା ପେଲା କୁ ହଟାଇବେ ଦେଖିବାକୁ ରହିଲା ।