ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ । 

ତା ୦୮.୦୧.୨୦୧୯ ରିଖ ଦିନ ଦିବା ୧୦ ଘଟିକା ସମୟରେ ବରୀ ଗ୍ରାମ ପଞ୍ଚାଯତ ର ଯଜ୍ଞ ମଣ୍ଡପ ଠାରୁ ବିଜେପି ର ଆଶାୟୀ ପ୍ରାର୍ଥୀ ଶ୍ରୀ ବିଶ୍ଵ ରଞ୍ଜନ ମଲ୍ଲିକ ଘର , ଘର ବୁଲି ଜନ ସମ୍ପର୍କର ପଦ ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ରେ ସେ ରାଜ୍ୟ ସରକାର ଙ୍କ ୧୯ ବର୍ଷ ର ଶାସନ କାଳ ରେ ବିଫଳତା ଲୋକଙ୍କ ଆଗରେ ବଖାଣୂ ଥିଲେ । ଏହି ପଦଯାତ୍ରା ରେ ଯାଜପୁର ଜିଲ୍ଲା ର କିଛି ବଳିଷ୍ଟ ପୁରୁଖା ନେତା ଙ୍କୁ ଦେଖିବାକୁ ମିଲଥିଲା । ଯେଉଁ ମାନେ କି ବିଜେଡି ଓ କଂଗ୍ରେସ ଛାଡି ବିଜେପି ର ପଦଯାତ୍ରା ରେ ସାମିଲ ହୋଇଥିଲେ । ଶ୍ରୀ ବିଶ୍ଵ ରଞ୍ଜନ ଲୋକେ କହୁଥିବା କୋହ ଭରା କଥା କୁ ଶୁଣି ସେମାନଙ୍କୁ ସାନ୍ତ୍ଵନା ଓ ପ୍ରତିଶ୍ରୁତି ଦେବା ସହ ସେମାନ ଙ୍କ ଆଶ୍ରିବାଦ କାମନା କରୁଥିଲେ । ଏହି ପଦଯାତ୍ରା ରେ ବରୀ ବ୍ଲକ ଅଧକ୍ଷ୍ୟା ସୁନନ୍ଦା ଦାସ , ଗମୁଁ ସରପଞ୍ଚ ଯୋତ୍ସ୍ନା ରାନୀ ଶେଠୀ , ସମିତି ସଭ୍ୟ ଅଙ୍କୁର ମଲ୍ଲିକ ଏବଂ ସୁବୋଧ ଜେନା , ଦେବୁଲି ଦାଶ , ଦିଲ୍ଲୀପ ମହାନ୍ତି , ରବି ଧଳ , ଆରିଆ ସାମଲ ଓ ଅଲ୍ଲିପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ବିରେନ୍ଦ୍ର ମିଶ୍ର ପଦ ଯାତ୍ରା ରେ ସାମିଲ ହେବା ସହ ହଜାର ହଜାର ସମର୍ଥକ ବିଜେପି ଓ ବିଶ୍ଵ ବାବୁ ଙ୍କ ନାରା ବାଜି ଦେଇ ସହର ପରିକ୍ରମା କରିଥିଲେ ।

LEAVE A REPLY

Please enter your comment!
Please enter your name here