ନ୍ୟାୟ ପାଇଁ ଏ ଥାନାରୁ ସେ ଥାନା ଘୁରି ବୁଲୁଛନ୍ତି ମହିଳା,କେସ୍‌ ନ ରଖି ଆଇନ୍‌ର‌ ପାଠ ପଢାଇଲା ପୋଲିସ୍ ;ସମାଜସେବୀ ସସ୍ମିତା ଦାସ ଙ୍କ ହସ୍ତକ୍ଷେପ ପରେ ତଦନ୍ତ ଆରମ୍ଭ…!

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର) – ନ୍ୟାୟ ପାଇବା ପାଇଁ ଆଠ ମାସର କଅଁଳ ଶିଶୁକୁ ଧରି ଏ ଥାନାରୁ ସେ ଥାନା ଦୌଡୁଛନ୍ତି ମହିଳା। ଏହି କେସ୍ ଆମ ଥାନାରେ ଆସୁନି କହି ଥାନା ଅଧିକାରୀ ମହିଳାଙ୍କୁ ଫେରାଇ ଦେଉଛନ୍ତି। ଏହି ପରି ମହିଳା ଜଣକ ନ୍ୟାୟ ପାଇଁ ଥାନା ଦୌଡି ଦୌଡି ନୟାନ୍ତ ହେଲେଣି। ନିଜ ସ୍ଵାମୀଙ୍କ କୁକର୍ମ ଯୋଗୁଁ ମହିଳାଙ୍କୁ ଏମିତି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ।

ମୟୂରଭଞ୍ଜ ଜିଲ୍ଲା ଗୁରୁମହିଷାଣି ଥାନା ଅନ୍ତର୍ଗତ ଡଙ୍ଗାପାଣି ଗାଁର ବାପା ଛେଉଣ୍ଡ ଝିଅ ପୂର୍ଣ୍ଣିମା ନାୟକ ୨୦୧୮ ମସିହାରେ ତେଲକୋଇ ଥାନା ଅନ୍ତର୍ଗତ ହାଲପୋଡି ଗାଁର ଦିଲ୍ଲୀପ କୁମାର ସାହୁଙ୍କ ପୁତ୍ର ମୁକେଶ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ଦୁଇ ଜଣ ସ୍ବାମୀ ଓ ସ୍ତ୍ରୀ ମହାଦେଇଯୋଡା ଗାଁରେ ଭଡା ଘରେ ରହୁଥିଲେ । ଉଭୟଙ୍କ ଔରସରୁ ଏକ ଆଠ ମାସର ଶିଶୁପୁତ୍ର ମଧ୍ୟ ଜନ୍ମ ହୋଇ ଥିବାବେଳେ ୧ ମାସ ହେବ ମୁକେଶ ଆଉ ଜଣଙ୍କୁ ବିବାହ କରିଛନ୍ତି ।

marriage                                                    ଦ୍ୱିତୀୟ ପତ୍ନୀଙ୍କ ସହ ମୁକେଶ

ଏଘଟଣା ଜାଣିବା ପରେ ପୀଡିତା ଆଦିବାସୀ ମହିଳା ଜଣଙ୍କ ମୁକେଶଙ୍କ ଘରକୁ ମାର୍ଚ୍ଚ ୨୪ ତାରିଖରେ ଆସିଥିଲେ । ପୂର୍ଣ୍ଣିମାଙ୍କୁ ତାଙ୍କ ସ୍ବାମୀ ମୁକେଶ ଜାତିଆଣ ଆକ୍ଷେପ କରି ଘରେ ପୁରେଇ ଦେଇ ନଥିଲେ । ଜୀବନରୁ ମାରି ଦେବାର ଧମକ ଦେଇ ପୂର୍ଣ୍ଣିମାଙ୍କୁ ରାଇସୁଆଁ ଥାନା ଅନ୍ତର୍ଗତ ମହାଦେଇଯୋଡା ଗାଁ ଭଡା ଘରେ ଛାଡି ଦେଇ ଚାଲି ଆସିଥିଲେ। ଏସର୍ମ୍ପକରେ ପୂର୍ଣ୍ଣିମା ରାଇସୁଆଁ ଥାନାରେ ଅଭିଯୋଗ କରିଥିଲେ। ହେଲେ ତୁମ ଶାଶୁଘର ତେଲକୋଇରେ। ଏଠି କିଛି ହୋଇ ପାରିବ ନାହିଁ କହି ଏବଂ ଆଇନର ପାଠ ପଢାଇ ତେଲକୋଇ ଥାନାକୁ ପଠାଇ ଦେଇଥିଲେ ରାଇସୁଆଁ ପୁଲିସ ବୋଲି ଅଭିଯୋଗ କରିଛନ୍ତି ପୂର୍ଣ୍ଣିମା।

ତେବେ ତେଲକୋଇ ପୁଲିସ ମଧ୍ୟ ତାଙ୍କ ଅଭିଯୋଗକୁ ରଖି ନଥିବା ପୂର୍ଣ୍ଣିମା ପ୍ରକାଶ କରିଛନ୍ତି । ଆଠ ମାସର ଶିଶୁପୁତ୍ର ଙ୍କୁ ଧରି ଏ ଥାନାରୁ ସେ ଥାନାକୁ ଘୁରି ଘୁରି ପୀଡିତା ମହିଳା ତାଙ୍କ ସ୍ବାମୀଙ୍କୁ ତାଙ୍କୁ ଫେରାଇ ଦେବାପାଇଁ ଆକୁଳ ନିବେଦନ କରି ସମାଜସେବୀ ମହାମାୟୀ ମା (ସସ୍ମିତା ଦାସ) ଙ୍କ ସହଯୋଗରେ ନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ଅଧ୍ୟକ୍ଷାଙ୍କ ଦ୍ୱାରସ୍ତ ହୋଇଥିଲେ। ସଦସ୍ୟ ଙ୍କ ହସ୍ତକ୍ଷେପ ପରେ ତେଲକୋଇ ପୁଲିସ ପୀଡିତା ମହିଳାଙ୍କ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏଠାରେ ପ୍ରଶ୍ନ ଉଠୁଛି ନାରୀ ଙ୍କୁ ସୁରକ୍ଷା ଦେବା ନାଁରେ ଡିଣ୍ଡିମ ପିଟୁଥିବା ନବୀନ ସରକାର ପୀଡିତା ମହିଳା ଙ୍କ ରିପୋର୍ଟ୍ ଗ୍ରହଣ ନକରି ଏଥାନା ରୁ ସେଥାନା ବୁଲାଇଥିବା ଅଧିକାରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *