!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ରାୟଗଡ଼ା ) – ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡା ଗ୍ରସ୍ଥକୁ ନେଇ ଜିଲାରେ ପ୍ରସ୍ତୁତିବୈଠକ ତେଜସ୍ୱିନୀ ହୋଟେଲରେ ଆୟୋଜିତ ହୋଇଯାଇଛି l ଚଳିତ ମାସର ୧୯/୨୦ ତାରିଖରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାୟଗଡ କୋରାପୁଟ ଗ୍ରସ୍ଥରହିଛି l ସେହିଦୁଷ୍ଟିରୁ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋଚନା କରାଯାଇଥିଲା l ସକାଳଠାରୁ ରାତିପର୍ଯ୍ୟନ୍ତ କିପରୀ କାର୍ଯ୍ୟକ୍ରମହେବ ତାର ସବିଶେଷ ବିସ୍ତୃତ ଭାବରେ ଯୋଜନା କରାଯାଇଥିଲା l ଏହା ଏକ ଦଳୀୟ ଗ୍ରସ୍ଥନୁହେଁ ସ୍ମାର୍ଧାନାମକ ଏକ ଅଣସରକାରୀ ସାମାଜିକ ସଂଗଠନର ଆମନ୍ତ୍ରଣରେ ଆସୁଛନ୍ତି l ତେଣୁ ଯେତେ ସ୍ଥାନୀୟ ଭାଜପା ଅଣସରକାରୀ ସଂଗଠନ. ଶିକ୍ଷିତ ସମାଜ. ବରିଷ୍ଟ ନାଗରିକମଞ୍ଚ. ମହିଳା ସଂଗଠନ. ଭଳି ନିଜ ପ୍ରଚେଷ୍ଟାରେ ପହଂଚିବାପାଇଁ ପ୍ରଚେଷ୍ଟା କରିବାକୁ ଅନୁରୋଧ କରାଯାଇଛି l ଏହି ନେତୃତ୍ୱ ନେବାପାଇଁ ରାଜ୍ୟର ପ୍ରତିନିଧି ମଣ୍ଡଳୀ ନିକୁଞ୍ଜପଟନାୟକ. ମନ୍ମଥ ମଲିକ. ଜୀବନ ଗଞ୍ଜାମ. ପୂର୍ବତନ ଜିଲ୍ଲାସଭାପତି ଶିବ ପଟନାୟକ. ଉପସଭାପତି ଜି ଗଣପତି. ଜନଜାତି ମୋର୍ଚ୍ଚାର କେନ୍ଦ୍ରୀୟ ଉପସଭାପତି କାଳୀରାମ ମାଝୀ, ଶିବଶଙ୍କର ଉଲାକା ଓ ଅନେକ କର୍ମୀ ଉପସ୍ଥିତ ଥିଲେ ।