ମଶା ଠାରୁ ମୁକ୍ତି ପାଇବା ପାଇଁ ହେଲେ ଘରେ ଲଗାନ୍ତୁ ଏହି ସବୁ ଗଛ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଗରମ ଦିନେ ସନ୍ଧ୍ୟା ହେବା କ୍ଷଣି ମଶାର ଆତଙ୍କ ବଢ଼ିଯାଏ। ନା ବସେଇ ଦିଅନ୍ତି, ନା’ ଶୁଆଇ ଦିଅନ୍ତି। ମଶା ଲାଗି ସନ୍ଧ୍ୟା ହେବା ପରେ ଘର କବାଟ ଖୋଲିବାକୁ ମଧ୍ୟ ଭୟ ଲାଗେ। ସାଧାରଣ ରୂପେ ମଶାଠାରୁ ମୁକ୍ତି ପାଇବା ପାଇଁ ଲେକ ବଜାରରେ ମିଳୁଥିବା ମସ୍‌କିଟୋ ଧୂପ, ଲୁକ୍ୟୁଡ ଆଦିର ବ୍ୟବହାର କରିଥା’ନ୍ତି। ଏଥିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର ହୋଇଥାଏ। ଏହାକୁ ଜଳାଇବା କିମ୍ବା ଲଗାଇବା ଦ୍ୱାରା ମଶାଠାରୁ କିଛି ମାତ୍ରାରେ ମୁକ୍ତି ମିଳିଥାଏ ସତ କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। କେମିକାଲ ବଦଳରେ ମଶାକୁ ଘରୁ ଦୂରେଇବା ପାଇଁ ଚାହୁଁଥିଲେ ଆପଣ ପ୍ରକୃତିର ସାହାରା ନେଇପାରିବେ। ଏଭଳି କିଛି ଔଷଧିୟ ଏବଂ ଫୁଲ ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ମଶା ଠାରୁ ମୁକ୍ତି ମିଳିପାରିବ।

mosquitoes plant
                                                        ଏହି ସବୁ ଗଛ ଲଗାଇଲେ ମଶା ଠାରୁ ମୁକ୍ତି ମିଳିପାରିବ।
  • ଲେମନ ଗ୍ରାସ: ସାଧାରଣତଃ ପ୍ରତ୍ୟେକ ଘରେ ଲେମନ୍‌ ଗ୍ରାମର ବ୍ୟବହାର ତା’ର ବାସ୍ନା ଯୋଗୁଁ କରାଯାଇଥାଏ। ମଶା ଦୂର କରିବା ପାଇଁ ଏହି ଲେମନ ଗ୍ରାସ ଗଛଟି ବେଶ୍‌ ଉପକାରୀ। ଏହାର ବ୍ୟବହାର ଅନେକ ମଶା ଦୂର କରିବା ଔଷଧରେ ମଧ୍ୟ ବ୍ୟବହାର କରାଯାଇଥାଏ।
  • ଗେଣ୍ଡୁ ଫୁଲ ଗଛ: ଗେଣ୍ଡୁ ଫୁଲ ଗଛ କେବଳ ଆପଣଙ୍କ ଘରର ବାଲକୋନୀକୁ ସୁନ୍ଦର କମରିଥାଏ ତାହା ନୁହେଁ, ଏହାର ସୁଗନ୍ଧ ମଶା ଏବଂ ବିଭିନ୍ନ ପ୍ରକାରର ଉଡନ୍ତା କୀଟକୁ ଆପଣଙ୍କ ଘରଠାରୁ ଦୂରେଇ ରଖିଥାଏ। ମଶା ଦୂର କରିବା ପାଇଁ ଗେଣ୍ଡୁ ଫୁଲ ଗଛ ବେଶ ଉପକାରୀ। ମଶାଠାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଆପଣ ନିଜ ଘରେ ଗେଣ୍ଡୁ ଗଛ ଲଗାଇପାରିବେ।
  • ଲାଭେଣ୍ଡର: ମଶା ଦୂର କରିବା ପାଇଁ ବଜାରରେ ମିଳୁଥିବା ମସ୍‌କିଟୋ ଲିକ୍ୟୁଡ୍‌ରେ ଲାଭେଣ୍ଡର ତେଲ ବ୍ୟବହାର କରାଯାଏ। ଏହି ଗଛକୁ ଘରେ ଲଗାଇବା ଦ୍ୱାରେ ପୁରା ଘର ବାସ୍ନାରେ ମହକି ଉଠେ । ଏଥିସହ ଲାଭେଣ୍ଡର ଗଛର ବାସ୍ନାରେ ମଶା ଘରେ ପ୍ରେବଶ କରିବା ପାଇଁ ସାହାସ ମଧ୍ୟ କରିନ୍ତି ନାହିଁ।
  • ରସୁଣ ଗଛ: କୁହାଯାଏ ରସୁଣ ଖାଇବା ଦ୍ୱାରା ରକ୍ତରେ ଏକ ଭିନ୍ନ ଗନ୍ଧ ସୃଷ୍ଟି ହୋଇଥାଏ, ଯାହାକୁ ମଶାମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଯଦି ଆପଣଙ୍କୁ ରସୁଣ ଖାଇବା ପସନ୍ଦ ନାହିଁ ତେବେ ନିଜ ଘରେ ଏକ ରସୁଣ ଗଛ ଲଗାନ୍ତୁ। ଏହାଦ୍ୱାରା ମଶା ଠାରୁ ନିଶ୍ଚିତ ରୂପେ ମୁକ୍ତି ମିଳିପାରିବ।
  • ତୁଲସୀ ଗଛ: ତୁଲସୀ ଗଛ ପରିବେଶକୁ ସଫା ରଖିବା ସହ ଛୋଟଛୋଟ କୀଟ ପତଙ୍ଗ ଏବଂ ମଶାଙ୍କୁ ମଧ୍ୟ ଘର ଠାରୁ ଦୂରେଇ ରଖେ। ଏଥିରେ ଥିବା ଔଷଧିୟ ଗୁଣ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
  • ନିମ୍ବ ଗଛ: ମଶା, ମାଛି ଏବଂ ଛୋଟ ଛୋଟ କୀଟପତଙ୍ଗକୁ ଦୂର କରିବା ପାଇଁ ନିମ୍ବ ଗଛ ଲଗାଇବା ଅତ୍ୟନ୍ତ ଲାଭଦାୟକ।  ଯଦି ଆପଣଙ୍କ ଘରେ ବଗିଚା ଅଛି ତେବେ ନିଶ୍ଚିତ ରୂପେ ସେଠାରେ ଏକ ନିମ୍ବ ଗଛ ଲଗାନ୍ତୁ।  ଏହାଦ୍ୱାରା ଘର ଭିତରେ ମଶା ପ୍ରବେଶ କରିପାରିବ ନାହିଁ।

Leave a Reply

Your email address will not be published. Required fields are marked *