Site icon Ethara Sambhala

ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀ ଙ୍କୁ କ୍ଷତି ପୂରଣ ମିଳୁନି, ଚାଷୀ ଅସନ୍ତୋଷ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀ ଙ୍କୁ କ୍ଷତି ପୂରଣ ପୈଠ କରିନଥିବା ବିରୋଧ କରି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ୧୯ ଗ୍ରାମପଞ୍ଚାୟତ ର ଗ୍ରାମ ମୁଖିଆ ଏବଂ ୱାର୍ଡ ମେମ୍ବର ଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଲୋକଚେତନା ସଙ୍ଗଠନ ପକ୍ଷରୁ ସ୍ଥାନୀୟ ସଙ୍ଗୀତ କଳା ନିକେତନ ପରିସରରେ ଆୟୋଜିତ ଏହି ବୈଠକରେ ସରକାର ଙ୍କ ଦୋମୁହାଁ ନୀତିକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି। ଜଙ୍ଗଲ ଜମିର ପଟା ପାଇବା ନିମନ୍ତେ ଦୁଇ ହଜାର ରୁ ଉର୍ଦ୍ଧ ଆବେଦନ ପତ୍ର ତହସିଲ କାର୍ଯ୍ଯାଳୟ ରେ ଦାଖଲ ହୋଇଥିଲେ ସୁଦ୍ଧା ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବୈଠକ ରେ ପ୍ରକାଶ ପାଇଛି । ଗରିବୀ ଆଦିବାସୀ ହରିଜନ ଓ ଚାଷୀକୂଳ ନିମନ୍ତେ ଚଳନ୍ତି ସରକାର କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି ବୋଲି ମତ ପ୍ରକାଶ ପାଇଛି। ଆଗାମୀ ୨୦ ତାରିଖ ସୁଦ୍ଧା ଜଙ୍ଗଲ ଜମି ର ପଟ୍ଟା ଏବଂ ତିତିଲି କ୍ଷତି ପୂରଣ ନପାଇଲେ ଆଗାମୀ ୨୭ ତାରିଖ ଠାରୁ ତହସିଲ୍ ଅଫିସ ସମ୍ମୁଖରେ ଆଦିବାସୀ ଓ ଚାଷୀକୂଳ ଅହୋରାତ୍ର ଧାରଣା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଲୋକଚେତନା ସଂଗଠନ ର ସଭାପତି ଜେମ୍ସ ଶବର ଙ୍କ ପୌରହିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ଆଦିବାସୀ ଗ୍ରାମ୍ୟ ଉନ୍ନୟନ ସଂଘ ପକ୍ଷରୁ ଦିବାକର ଶବର ଗୁଣପୁର ସରପଞ୍ଚ ମହାସଂଘ ର ସଭାନେତ୍ରୀ ଗୌରୀ ଗମାଙ୍ଗ ସମେତ ବ୍ଲକ ର ସମିତି ସଦସ୍ୟ ଗଣ ଉପସ୍ଥିତ ଥିଲେ।

Exit mobile version