!!! କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ରୁ ପ୍ରତିନିଧି ତପସ୍ଵିନୀ ମଲ୍ଲିକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଘୁ.ଉଦୟଗିରି) – କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଠାରେ କନ୍ଧମାଳ ଗଣମାଧ୍ୟମ ସଂଘ ତରଫରୁ ଜିଲ୍ଲା ରେ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ୱେବ ପୋର୍ଟାଲ ,ପ୍ରିଣ୍ଟ ମିଡ଼ିଆ ଓ ଇଲକ୍ଟ୍ରୋନିକ ମିଡ଼ିଆ ର ପ୍ରତିନିଧି ଙ୍କୁ ନେଇ କନ୍ଧମାଳ ଗଣମାଧ୍ୟମ ସଂଘ ଗଠିତ କରାଯାଇଛି। ଘୁ.ଉଦୟଗିରି ଠାରେ ଜିଲ୍ଲା ସଂଘ ର ଉପସଭାପତି ଶ୍ରୀ ଗଗନ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜରୁରୀ ବୈଠକ ରେ ସଂଘ ର ବିଭିନ୍ନ ସମସ୍ୟା ଗୁଡିକୁ ଆଲୋଚନା କରାଯାଇ ସଂଘ କୁ ଆଗାମୀ ଦିନ ରେ କିପରି ସୁଦୃଢ କରାଯିବ ଏହା ଉପରେ ସଦସ୍ୟ ମାନେ ମତ ଦେଇଥିଲେ । ଏହି ଅବସରରେ ସିମାଞ୍ଚଳ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ବେଳେ ଜିଲ୍ଲା ଉପସଭାପତି ଫିଲିପ କୁମାର ଦିଗାଲ ବୈଠକ ର ଆଭିମୁଖ୍ୟ ନେଇ ଆଲୋଚନା କରିଥିଲେ । ଅନୁଷ୍ଠିତ ବୈଠକ ରେ ସନୁଜ କୁମାର ଦିଗାଲ , ଇସ୍ମାଇଲ ନାୟକ,ଅଜିତ ଦିଗାଲ ,ଭବାନୀ ଶଙ୍କର ଜେନା,ତାପସ ନାୟକ, ସାମନ୍ତ ଶେଖର ନାୟକ ଯୋଗ ଦେଇ ଆଲୋଚନାରେ ଭାଗ ନେଇ ଥିଲେ ।

ଏହି ଅବସରରେ ସଂଘ ର ଏକ କଲ୍ୟାଣ ପାଣ୍ଠି ଗଠନ କରିବା ସହ ଏହାକୁ ସଂଘ ସଦସ୍ୟଙ୍କ ଅସମୟରେ ରେ ସହାୟତା ନିମନ୍ତେ ବିନିଯୋଗ କରାଯିବ ବୋଲି ନିଷ୍ପତି ନିଆଗଲା ।ଏହା ଉପରେ ଜିଲ୍ଲା ଗଣମାଧ୍ୟମ ସଂଘ ର ସଭାପତି ଶ୍ରୀ ମିଳନ କହଁର ଏହା କୁ ସମର୍ଥନ କରିବା ପରେ ସମସ୍ତ ସଦସ୍ୟ ଙ୍କ ଦ୍ୱାରା ଗୃହିତ କରାଯାଇଛି । ସଂଘ କୁ ସୁଦୃଢ କରିବା ପାଇଁ ଆଗାମୀ ଦିନ ରେ ଆହୁରି ବହୁତ କାଯ୍ୟକ୍ରମ କରାଯିବ ଏବଂ ବ୍ଲକ ସ୍ତର ରେ ଥିବା ସାମ୍ବାଦିକ ଭାଇ ଭଉଣୀ ଙ୍କୁ ଯେମିତି କୌଣସି ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ନହୁଏ ତାହା ଉପରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ବୈଠକରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here