!!! କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ରୁ ପ୍ରତିନିଧି ତପସ୍ଵିନୀ ମଲ୍ଲିକ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଘୁ.ଉଦୟଗିରି) – କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ସ୍ଥିତି ବସଷ୍ଟାଣ୍ଡ ଠାରେ ପ୍ରାୟ ଦୁଇ ବର୍ଷ ହେବ ପଡି ପଡି ରହିଥିବା ବସଟି ଜଳୁ ଥିବା ଦେଖିବାକୁ ମିଳିଛି । ଏହି ବସଟି କାକାମହା ଗ୍ରାମର ଚୁ ଚୁ ଦିଗାଲ ଓରଫ୍ ବିଜୟ କୁମାର ଦିଗାଲ ଙ୍କର ବୋଲି ଜଣା ପଡିଛି ।ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥାନରେ ପହଞ୍ଚି ନିଆଁ କୁ ଲିଭାଇଥିଲେ । ବହୁ ବର୍ଷ ହେବ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ବି ସେଠାକୁ କୌଣସି ବସ ନ ଆସିବାରୁ ଏହି ସ୍ଥାନ ଟି ଉଜୁଡା ଅବସ୍ଥାରେ ପଡିରହିଛି । ତଥାପି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଏଥି ପ୍ରତି ନଜର ପଡୁନ ନଥିବା ସାଧାରଣ ରେ ଅଭିଯୋଗ ହେଉଛି । ଦେଖି ବାକୁ ରହିଲା ବସଷ୍ଟାଣ୍ଡ କୁ କେବେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟକ୍ଷମ କରୁଛି ।