ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥାଏ ସେଥି ନିମନ୍ତେ ଦୁଇରୁ ଅଧିକ ଠିକାଦାର ଟେଣ୍ଡେର ଦାଖଲ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଯେଉଁ ଠିକାଦାର କମ ଦାମରେ କାର୍ଯ୍ୟ କରିବା ପାଇଁ ଟେଣ୍ଡର ଦାଖଲ କରିଥାନ୍ତି ତାଙ୍କୁ ଉକ୍ତ କାମ ନିମନ୍ତେ ଅନୁମତି ପତ୍ର ଦିଆଯାଇଥାଏ । ଗୋଟିଏ କାମ ନିମନ୍ତେ ଦୁଇ କିମ୍ବା ଏଥିରୁ ଅଧିକ ଠିକାଦାର ଟେଣ୍ଡେର ଦାଖଲ କରିଥିଲେ ନିର୍ଦ୍ଧାରିତ ତାରିଖରେ ଉକ୍ତ ଟେଣ୍ଡେର ଖୋଲାଯାଇ କେଉଁ ଠିକାଦାରଙ୍କ ଟେଣ୍ଡେର ଗ୍ରହଣ କରାଯାଇଛି ଏବଂ କାର୍ଯ୍ୟାଦେଶ ଦିଆଗଲା ଏହା ଘୋଷଣା କରାଯାଏ । ଏଭଳି ପ୍ରକ୍ରିୟାରେ ରାଜ୍ୟରେ ବାହାରୁ ଥିବା ସମସ୍ତ ବିଭାଗର ଠିକା କାମ ପାଇଁ ଟେଣ୍ଡେର ଆହ୍ୱାନ କରାଯାଇ ଥାଏ । ଆହ୍ୱାନ କରାଯାଇଥିବା ଗୋଟିଏ କାର୍ଯ୍ୟ ନିମନ୍ତେ ଯଦି ଜଣେମାତ୍ର ଠିକାଦାର ଟେଣ୍ଡେର ପକାଏ ତେବେ ଏହାକୁ ସିଙ୍ଗଲ ଟେଣ୍ଡେର ପ୍ରକ୍ରିୟା କୁହାଯାଇ ଏହି ଟେଣ୍ଡେରକୁ କେନ୍ସଲ କରାଯିବାର ନଜିର ରହିଛି । କିନ୍ତୁ କିଛି କ୍ଷେତ୍ରରେ ଏହାର ବିବର୍ତ୍ତନ ଦେଖିବାକୁ ମିଳିଛି । ଟେଣ୍ଡେର ପକାଇଥିବା ଦୁଇ ଜଣ ଠିକାଦାର ଙ୍କ ମଧ୍ୟରୁ ଯଦି ଜଣକଙ୍କ ଟେଣ୍ଡର କଟିଯାଏ ତେବେ ଅନ୍ୟ ଜଣ ଙ୍କ ଟେଣ୍ଡେର କୁ ମଧ୍ୟ କେନ୍ସଲ କରାଯାଇଥିବା ବ୍ୟବସ୍ଥା ପ୍ରତି ଠିକାଦାର ଙ୍କ ମଧ୍ୟରେ ଉଦାସୀନ ମନୋଭାବ ପ୍ରକାଶ ପାଇଛି । ଏଥି ପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗର ମାନ୍ୟବର ସଚିବ ଦୃଷ୍ଟି ଦେବା ସହ ହସ୍ତକ୍ଷେପ ନିମନ୍ତେ ସାଧାରଣ ରେ ଦାବୀ ହେଉଛି ।