!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜୁଆଡ଼ିଙ୍କ ଆକ୍ରମଣରେ ଘାଇଲା ହେଲେ ପୁଲିସ୍‌ କର୍ମଚାରୀ। ଜୁଆ ଖେଳ ଚାଲିଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ପୁଲିସ୍‌ ଟିମ୍‌ ଉପରେ ଜୁଆଡ଼ିମାନେ ଅତର୍କିତ ଆକ୍ରମଣ କରିବାରୁ ୪ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି।  ଏପରି ଅଭାବନୀୟ ଘଟଣା ଗତକାଲି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଷଣ୍ଢା ଗାଁରେ ଘଟିଛି। ଜୁଆ ଖେଳ ଚାଲିଥିବା  ସୂଚନା ପାଇ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ନିଜ ଟିମ୍ ସହ ଚଢାଉ କରିବାକୁ ଯାଇଥିଲେ । ଏହି ସମୟରେ ଜୁଆଡ଼ିମାନେ ପୁଲିସ୍‌ ଭ୍ୟାନକୁ ପଥର ମାଡ଼ କରିଥିଲେ । ପଥର ମାଡ଼ରେ ଗୁରାଣ୍ଡି ଥାନା ଅଧିକାରୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ଏବଂ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଗଜପତି ଜିଲ୍ଲା ଆଡିସନାଲ ଏସ୍‌ପି କହିଛନ୍ତି, ଖରଷଣ୍ଢା ଗାଁର କିଛି ଲୋକ ପୁଲିସ୍‌ କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଘଟଣାସ୍ଥଳରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

LEAVE A REPLY

Please enter your comment!
Please enter your name here