!!! ରାୟଗଡା ଜିଲ୍ଲାରୁ ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର) – ଗୁଣପୁର ର ସାନନଦୀ ନିକଟରେ ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ଏକ ସାଧାରଣ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ପୌରସଂସ୍ଥାର ନିର୍ବାହି ଅଧିକାରୀ ଉମା ଦାଶ ଯୋଗଦେଇ ସମାଜ ଅଗ୍ରଗତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ , ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତେ ମିଳିମିଶି କାମ କରିବାକୁ  ଅନୁରୋଧ କରିଥିଲେ । ସମ୍ମାନୀତ ଅତିଥି ଭାବେ ସଂଘର ଉପଦେଷ୍ଠା ତଥା ଯୁବ ଆଇନଜୀବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଯୋଗଦେଇ ଗଣମାଧ୍ୟମ ଜଗତରେ ପ୍ରତିଯୋଗିତା ରହିବା ସ୍ୱଭାବିକ । ବରିଷ୍ଠତା ପରିଚୟ ଦେଇ କନିଷ୍ଠମାନଙ୍କୁ ଖବର ସଂଗ୍ରହ ସମୟରେ ଅବମାନନା କଦାପି ବରଦାସ୍ତ କରାଯିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡିଶୀ ନୃତ୍ୟଶିଳ୍ପି ସସ୍ମିତା ପଣ୍ଡା ଯୋଗଦେଇ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ଖବର ପରିବେଷଣ କରୁଥିବାରୁ ସେମାନଙ୍କ ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।  ସଂଘର ଆବାହକ ଶକ୍ତି ଦାଶ ସ୍ୱାଗତ ଭାଷଣ ଦେବା ସହ ସଂଗଠନର ଗଠନ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକାରୁ ଅଧିକା ସଦସ୍ୟ ଗ୍ରହଣ କରିବା ସହ ସଂଘ ପକ୍ଷରୁ ସାମାଜିକ କାର୍ଯ ହାତକୁ ନେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଏହି ଅବସରରେ ୨୦୨୧ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି । ସଂଘର ସଭାପତି ଭାବେ ପ୍ରଶାନ୍ତ କୁମାର କର, କାର୍ଯ୍ୟକାରୀ ସଭାପତି ଭାବେ ସୂର୍ଯ୍ୟପ୍ରକାଶ ପଟ୍ଟନାୟକ, ଉପସଭାପତି ଭାବେ ମାଧବ ବିଡିକା, କାର୍ଯ୍ୟକାରୀ ସମ୍ପାଦକ ଭାବେ ସତ୍ୟସୁନ୍ଦର କର, ସାଧାରଣ ସମ୍ପାଦକ ଭାବେ ଭାବେ ଶିବ ପ୍ରସାଦ ଗୌଡ, ସହ-ସମ୍ପାଦକ ଭାବେ ହୃଷିକେଶ ପାତ୍ର ସର୍ବ ସମ୍ମତି କ୍ରମେ ନୂଆ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରର ସାମ୍ବାଦିକ ମାନେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ପରିଶେଷ ରେ ସାମ୍ବାଦିକ ସିଦ୍ଧାର୍ଥ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here