ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ବ୍ରାଣ୍ଡେଡ୍ ପ୍ୟାକେଟ ଭିତରେ ଡୁପ୍ଲିକେଟ ମାଲ୍ । ଅସଲି ବ୍ରାଣ୍ଡ ଭିତରେ ରହିଛି ନକଲି ଚାହା ପତି । ମହଙ୍ଗା ପକେଟ ଦେଖି ଗ୍ରାହକ ଏହି ଚାହା ପତି ପ୍ୟାକେଟ କିଣିବା ବେଳେ ସେଥିରୁ ବାହାରୁଛି ଡୁପ୍ଲିକେଟ ମାଲ୍ । ଅମୃତଭଣ୍ଡା ଗଛର ପତ୍ର ଗୁଣ୍ଡରେ ଚାହା ପତି ପ୍ରସ୍ତୁତ ହେଉଛି । ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ପୁରା ସତ । ଘିଅ, ପନିର, ଧୂପକାଠି, ପୂଜା ସାମଗ୍ରୀ ପରେ କଟକରୁ ପୁଣି ମିଳିଛି ଏଭଳି ନକଲି ଚାହା ପତି ।କଟକ ସଦର ଥାନା ମୁକାମେଶ୍ୱର ଗାଁରୁ ବିପୁଳ ପରିମାରଣ ନକଲି ଚାହା ପତି ଫ୍ୟାକ୍ଟ୍ରିଠାବ ହୋଇଛି । ଆଜି ସକାଳୁ କଟକ ସଦର ପୁଲିସ କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରି ଏହି ସାମଗ୍ରୀ ଜବତ କରିଛି । ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେ‌ଳେ ପ୍ରାୟ ୫୦ କ୍ୱିଣ୍ଟାଲ୍‌ରୁ ଅଧିକ ପରିମାଣର ନକଲି ଚାହା ପତି, ନାମୀଦାମୀ କମ୍ପାନିର ଲୋ‌ଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।ଏକ ଆଜବେଷ୍ଟସ ଘରେ ଚାଲିଥିଲା ଏହି ନକଲି ବେପାର । ଏହି କମ୍ପାନୀ ଭିତରେ ଦୀର୍ଘ ବର୍ଷ ଧରି ନକଲି ଚାହା ନିର୍ମାଣ ହେଉଥିଲା। କିଛି ବ୍ରାଣ୍ଡେଡ କମ୍ପାନୀର ପକେଟରେ ନକଲି ଚାହାକୁ ଫ୍ୟାକିଂ କରି ବଜାରକୁ ଛଡା ଯାଉଥିଲା। କଟକ ପୋଲିସ୍ ଓ ସିଏମ୍ସି ଟିମ୍ ମିଳିତ ଭାବେ ଚଢ଼ଉ କରି ଏସବୁକୁ ଜବତ କରିଛି । ତେବେ ଏହି ଗୋଟିଏ ଘଟଣା ନୁହେଁ ଏହାପୂର୍ବରୁ ଘିଅ, ମସଲା, ପନିର୍ ଭଳି ଏକାଧିକ ଖାଦ୍ୟ ସାମଗ୍ରୀ ନକଲି ପ୍ରସ୍ତୁତକାରୀ କମ୍ପାନି କଟକରୁ ଠାବ ହୋଇଛି ।

LEAVE A REPLY

Please enter your comment!
Please enter your name here