ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଜେପି ପକ୍ଷରୁ ଢେଙ୍କାନାଳରେ ଆୟୋଜିତ କୃଷକ ସମାବେଶରେ କେନ୍ଦ୍ର ମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ନୂଆ କୃଷି ଆଇନ ନେଇ ଚାଷୀଙ୍କୁ ସଚେତନ କରିବା ସହ ଏହା ସେମାନଙ୍କ ଫାଇଦା ପାଇଁ ପ୍ରସ୍ତୁତ ହୋଇଥିବା କହିଛନ୍ତି। ଏହା ସହିତ ଏଥିରେ କଂଗ୍ରେସ ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ଏହି ସମାବେଶରେ ସେ କ’ଣ ସବୁ କହିଛନ୍ତି ଚୁମ୍ବକରେ ଜାଣି ନିଅନ୍ତୁ। 

  • ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ଯୋଜନା ଆରମ୍ଭ କରିସାରିଛନ୍ତି।
  • ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।
  • କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ପଦକ୍ଷେପ ନିଆଯାଇଛି।
  • ନୂଆ କୃଷି ଆଇନରେ ଚାଷୀର ଲାଭ ବଢ଼ିବ।
  • ଏହାକୁ ନେଇ ଚାଷୀଙ୍କ ମନରେ ଅଯଥା ଡର, ଭ୍ରମ ତିଆରି କରାଯାଉଛି।
  • ଚାଷୀଙ୍କ ଜମି ବଡ଼ କଂପାନୀ କିଣିନେବେ ବୋଲି ଭ୍ରମିତ କରାଯାଉଛି।
  • ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଇ ଦିଆଯିବ ବୋଲି ଭ୍ରମିତ କରାଯାଉଛି।
  • କଂଗ୍ରେସ ସମାଲୋଚନା କରୁଛି, ଶାସକ ଦଳ ଟିକେ ନଖ ଘଷି ଦେଉଛି।
  • ୧୩-୧୪ରେ ଧାନ MSP ଥିଲା ୧୩୧୦, ଏବେ ୧୮୧୫ ଟଙ୍କା ହୋଇଛି।
  • MSP ଟଙ୍କା ଦେବେ ମୋଦି, ଆଉ ଏଠି ରାଜ୍ୟରେ ଦଳୀୟ କର୍ମୀଙ୍କୁ ଦିଆଯିବ ଟୋକନ।
  • କେନ୍ଦ୍ର ଟଙ୍କା ଦେଲେ ବି ଟଙ୍କା ବଣ୍ଟା ହେଉଛି ଦଳୀୟ ଆଧାରରେ।
  • ଏଠି ରାଜ୍ୟ ସରକାର ମିଲରମାନଙ୍କ ସହ ମଧୁଚନ୍ଦ୍ରିକାରେ ମାତିଛନ୍ତି।
  • ସମବାୟ ମନ୍ତ୍ରୀଙ୍କ ଭାଇଙ୍କ ନାଁରେ ଆସିଥିବା ଦୁର୍ନୀତି ଆଠଗଡ଼ରେ ସୀମିତ ନୁହେଁ। ଗଁଦିଆ, ପାଲଲହଡ଼ା, ଆଠମଲ୍ଲିକରେ ବି ଦୁର୍ନୀତି ହୋଇଥିବା କୁହାଯାଉଛି।
  • ଚାଷୀଙ୍କୁ ଠକିଲେ ତୁମେ ଫଳ ପାଇବ।
  • ବିଗତ ୬ ବର୍ଷରେ ଓଡ଼ିଶା ଚାଷୀଙ୍କ ପାଇଁ ମୋଦି ୬୦ ହଜାର କୋଟି ଦେଇଛନ୍ତି।
  • କ’ଣ ପାଇଁ ଓଡ଼ିଶାର ଚାଷୀଙ୍କୁ ମୋଦିଙ୍କ ସହାୟତାରୁ ବଞ୍ଚିତ କରାଯାଉଛି?
  • କଣ ପାଇଁ ପିଏମ୍ କିଷାନ ଚାଷୀ ତାଲିକା ଦେଉନି ରାଜ୍ୟ?

LEAVE A REPLY

Please enter your comment!
Please enter your name here