ନୂଆ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଖୁସିର ବର୍ଷ ହେଉ – ସୁରେଶ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- “ନୂଆ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଖୁସିର ବର୍ଷ ହେଉ। ୨୦୨୦ର କୋଭିଡ୍‌ ପରିସ୍ଥିତି ଆଉ ନ ଆସୁ। ସାମଗ୍ରିକ ଭାବେ ସବୁ ବର୍ଗର ଲୋକଙ୍କ ଉନ୍ନତି ହେଉ। ସବୁ ସେକ୍ଟରର ଉନ୍ନତି ପାଇଁ କାମ ଚାଲିଛି। କାମର ମନିଟର କରୁଛୁ। କିଭଳି ସାଧାରଣ ଲୋକେ ଶୀଘ୍ର ସୁଫଳ ପାଇବେ, ତାହା ଉପରେ ଉଦ୍ୟମ ହେବ।” ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଅବସରରେ ସୁରେଶ ମହାପାତ୍ର ଏହା କହିଛନ୍ତି। ୩ଟି ମେଜର ପ୍ରୋଜେକ୍ଟ ନେଇ ସେ କହିଛନ୍ତି-“ପୁରୀ, ଲିଙ୍ଗରାଜ କରିଡର ଓ SCB ସମ୍ପ୍ରସାରଣ କରାଯିବ। କାମ କେମିତି ଶୀଘ୍ର ସରିବ, ତାହା ଉପରେ ବିଶେଷ ଧ୍ୟାନ ଦିଆଯିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ରାଜ୍ୟରେ ଭଲ ବିକାଶ ହୋଇଛି।” ସେ ଆହୁରି କହିଛନ୍ତି-“କରୋନାର ନୂଆ ଷ୍ଟ୍ରେନ୍‌ର ମୁକାବିଲା ପାଇଁ ସମସ୍ତେ ଗାଇଡ୍‌ଲାଇନ ମାନନ୍ତୁ। ମାସ୍କ ପିନ୍ଧନ୍ତୁ ଓ ଡିଷ୍ଟାନ୍ସ ମେଣ୍ଟେନ କରନ୍ତୁ। ଏହି ନିୟମ ମାନିଲେ କରୋନାକୁ ରୋକିପାରିବା। ପୁରୀରେ ମହାପ୍ରଭୁଙ୍କ ଦର୍ଶନ ନେଇ ସୁବ୍ୟବସ୍ଥା ହୋଇଛି।” 

Leave a Reply

Your email address will not be published. Required fields are marked *