ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ବେଳେ ଆସନ୍ତା ୩ ତାରିଖରେ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ ନିୟମ ଅନୁସାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ଭକ୍ତଙ୍କ ପ୍ରବେଶ ପୂର୍ବରୁ ସାନିଟାଇଜ୍ ହେବା ସହ ମାସ୍କ ବାଧ୍ୟତାମୂଳକ ରହିଛି । ଦର୍ଶନ ସମୟରେ ୬ ଫୁଟ୍ର ସାମାଜିକ ଦୂରତା ରଖାଯିବ। ତେବେ କରୋନା ମହାମାରୀ ଦୃଷ୍ଟିରୁ ୬୫ ବର୍ଷରୁ ଅଧିକ ବୟସ୍କ ଲୋକ, ଗର୍ଭବତୀ ମହିଳା, ରୋଗାକ୍ରାନ୍ତ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ପିଲାଙ୍କୁ ଧର୍ମାନୁଷ୍ଠାନ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମନ୍ଦିରଗୁଡିକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଲାଗୁ ହେବ ନାହିଁ ।
Home Breaking news ୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର;ଦର୍ଶନ ସମୟରେ ୬ ଫୁଟ୍ର ସାମାଜିକ ଦୂରତା ରକ୍ଷା...