Site icon Ethara Sambhala

ଭାଇରାଲ୍ ହେଉଛି ଅପରାଧି ସହ ନେତା ଙ୍କ ଫଟୋ;ମନ୍ତ୍ରୀ ଙ୍କ ଇସ୍ତଫା ଦାବୀ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଖୋଦ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଛାତ୍ରଛାୟା ରେ ଚାଲିଥିଲା କି ? କୋଟି କୋଟି ଟଙ୍କାର ରତ୍ନ ପଥର ଚୋରାଚାଲାଣ। ଦିନେ ନୁହେଁ କି ମାସ ନୁହେଁ ବର୍ଷ ବର୍ଷ ଧରି ବିଜୁ ଜନତା ଦଳର ନେତାମାନଙ୍କ ସହିତ ମିଶି ଏହି ରାକେଟ କାମ କରୁଥିଲା ବୋଲି ଏବେ ଅଭିଯୋଗ ର ଚର୍ଚ୍ଚା ଜୋର ଧରିଛି । ଏ କଥା ଆମେ କହୁ ନାହୁଁ ଏକଥା କହୁଛନ୍ତି କିଛି ଗଣମାଧ୍ୟମ ଓ ସାଧରଣ ଜନତା ।

ତଦନ୍ତ ର ପରିସର ମଧ୍ୟକୁ ଆମ ଆଦିବାସୀ କଲ୍ୟାଣ ମନ୍ତ୍ରୀ ମହୋଦୟ ଓ ତାଙ୍କ ନିକଟତମ ସହଯୋଗୀ ତଥା କଥିତ ବାବୁ ସୁଧିର ଦାସ ଙ୍କୁ ଜେରା କଲେ ସମସ୍ତ କଥା ପଦାକୁ ପଡ଼ିବ ଆଉ ଏ ଚେର କେତେ ଲମ୍ବା ଏହା ଜଣା ପଡିବ ବୋଲି କଥା ଉଠୁଛି । ଗତ କାଲି ହୋଇଥିବା ଜିତେନ୍ଦ୍ର ବେହେରା ଙ୍କ ଘରେ କ୍ରାମବ୍ରାଞ୍ଚ ଓ ପୋଲିସର ଚଢ଼ାଉ ରେ ୧୫୧ କିଲୋ ରତ୍ନ ପଥର ଜବତ କରାଯାଇଛି। ଜିତେନ୍ଦ୍ର ବେହେରା ହେଉଛନ୍ତି ବିଜୁ ଜନତା ଦଳର ଜଣେ ଦକ୍ଷ କାର୍ଯ୍ୟକର୍ତ୍ତା ଓ ସେ ନିଜକୁ ମନ୍ତ୍ରୀ ଙ୍କ ବନ୍ଧୁ କୁହନ୍ତି ଆଉ ମନ୍ତ୍ରୀ ଙ୍କ ରାଜନୀତି ରେ ହେଉଥିବା ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି ବୋଲି ଶୁଣାଯାଏ। କେଉଁଠୁ ଆସିଲା ଏତେ ସାରା ରତ୍ନ ପଥର…? ଏ ସମସ୍ତ ରତ୍ନ ପଥର ରାୟଗଡ ଜିଲ୍ଲା ରେ ଥିବା ପାଇକ ଡାକୁଲଗୁଡା, ଇରକୁବାଡି, ଗୁମାଣ୍ଡି, ଦୁର୍ଗୀ ଇତ୍ୟାଦି ରେ ଥିବା ମୂଲ୍ୟବାନ ସମ୍ପତ୍ତି ନୁହେଁତ ? ଯେଉଁ ରାଜସ୍ଵ ସ୍ଥାନୀୟ ଗରୀବ ଆଦିବାସୀ ଲୋକଙ୍କ ଉନ୍ନତି ରେ ଲାଗିବା କଥା ତାହା ଏବେ ବିଜୁ ଜନତା ଦଳର ନେତା ମନ୍ତ୍ରୀ ଙ୍କର ପକେଟ କୁ ଯାଉଛି କି ? ଏବେ ପ୍ରଶ୍ନ ଉଠୁଛି କି ବର୍ତ୍ତମାନ ରାଜ୍ୟ ସରକାରଙ୍କ ନୈତିକତା ଓ ସ୍ୱଚ୍ଛ ଶାସନ କୁଆଡେ ଗଲା…? ଏ ସବୁ କଥା କୁ ଚପେଇ ଦେବା କୁ ନେତା ଓ ମନ୍ତ୍ରୀ ଙ୍କ ଉଦ୍ୟମ ଚାଲିନି ତ…? ଯଦି ସିବିଆଇ ତଦନ୍ତ ହୁଏ ତାହେଲେ ସମସ୍ତ ଭିତିରି ରହସ୍ୟ ପଦାକୁ ପଡିବ। ଯଦି ଏହି ଘଟଣାର ନିରପେକ୍ଷ ତଦନ୍ତ କରାନଯାଏ ତେବେ ବହୁଜନ ସମାଜ ପାର୍ଟୀ ନିଜ ଷ୍ଟାଇଲ୍ ରେ ରାଜରାସ୍ତାକୁ ଉହ୍ଲାଇବ ବୋଲି ଚେତାବନୀ ଦେଇଛି । ସେପଟେ କଂଗ୍ରେସ ମନ୍ତ୍ରୀ ଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ ବୋଲି ଦାବୀ କରିଛି।

ବର୍ତ୍ତମାନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ କିଛି ବିଜୁ ଜନତା ଦଳର ହେବିବାଇଟ ନେତାଙ୍କ ଫଟୋ ଭାଇରଲ ହେବାରେ ଲାଗିଛି । ଏହା ପରେ ମନ୍ତ୍ରୀ ସୌଜନ୍ୟତା ଦୃଷ୍ଟିରୁ ଇସ୍ତାଫା ଦେବେକି ?ହାଇହୋ ବାବୁ ଯାହା କଲତ କଲ ତାର ଫଳ ନିଶ୍ଚୟ ପାଇବ ;ବେଳ ଥାଉ ଥାଉ ସୁଧୁରୀ ଯାଅ ।ନହେଲେ ପରେ ଆମକୁ କହିବାକୁ ପଡିବ ଏଥର ସମ୍ଭାଳ ।

Exit mobile version