କନ୍ଧମାଳ ଗୃହରକ୍ଷୀ ସଂଘ ତରଫରୁ ସ୍ୱଚ୍ଛଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି ….

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ରିଝର୍ବ ପୋଲିସ୍ ପଡ଼ିଆ ଠାରେ ୫୮ ତମ ଗୃହରକ୍ଷୀ ଦିବସ ପାଳନ ହେଇଯାଇଛି । ସେଇ ଉପଲକ୍ଷେ କନ୍ଧମାଳ ଗୃହରକ୍ଷୀ ସଂଘ ତରଫରୁ କରୋନା ମହାମାରୀ ର ସରକାରୀ ଗାଇଡ୍ଲାଇଁ କୁ ପାଳନ କରି ସ୍ୱଚ୍ଛଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଗୃହରକ୍ଷୀ ଦିବସ ଟି କୋରନା ମହାମାରୀ ଗାଇଡଲାଇନ ନିୟମ କୁ ମାନି କୈଣସି ପ୍ରକାର ସାଂକୃତିକ କାର୍ଯ୍ୟକ୍ରମ ଓ ନିରାମ୍ବର ନ କରି ଅତି ସୁନ୍ଦର ଭାବେ ପାଳନ କରାଯାଇଛି । ରିଜର୍ଭ ପୋଲିସ୍ ପଡ଼ିଆଠାରେ ଉପରିସ୍ଥ ଅଧିକାରୀ ଙ୍କ ଆଦେଶ ପ୍ରକାରେ ପେରେଡ଼ ଅନୁଷ୍ଠିତ କରିଥିଲେ ।

କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘ କର୍ମକର୍ତ୍ତା ଙ୍କ ଆଲୋଚନା କ୍ରମେ ସ୍ୱଛ ଭାରତ ଅଭିଯାନ ଏବଂ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ମା ନାରାୟଣି ଙ୍କ ମନ୍ଦିର ପାଖ ଶୈବପୀଠରେ ସଫେଇ କାର୍ଯ୍ୟ କ୍ରମ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ସଭାପତି ପ୍ରଭାତ କୁମାର ସାହାଣୀ ଙ୍କ ତତ୍ବାଧନାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘ ର ସମସ୍ତ କର୍ମକର୍ତ୍ତା ଓ ଆଡ଼ଭାଇଜର୍ କୁନା ଦିଗାଲ ଙ୍କ ସହିତ ମିଲନ କହଁର, ଅଶୋକ ମହାନ୍ତି, ପୂର୍ବତନ ଗୃହରକ୍ଷୀ କମ୍ପାନୀ କମାଣ୍ଡର ଓ ସମାଜସେବୀ ତଥା ରାଷ୍ଟ୍ରପତି ପୁରସ୍କୃତ ପାଇଥିବା ବିଭୁତିଭୂଷଣ ପଣ୍ଡା , ଉପସଭାପତି ବିରାଜ କୁମାର ପ୍ରଧାନ , କୋଷାଦକ୍ଷ S K ରିହାଜଦିନ, ସମ୍ପାଦକ ତପନ କୁମାର ମିଶ୍ର , ସହ ସମ୍ପାଦକ ଅମିତ କୁମାର କହଁର ଓ କୁବେର କହଁର ଉପସ୍ତିତ ଥିଲେ । ସଂଘ କର୍ମକର୍ତ୍ତା ଙ୍କ ଆଲୋଚନା ପ୍ରକାରେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନା ମାନଙ୍କର ଭାଇ ଭଉଣୀ ମାନେ କିପରି ସଫେଇ କାର୍ଯ୍ୟ କ୍ରମ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବେ ତା ସହିତ କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘ କିପରି ସୁଦୃଢ଼ ହେଇ ସମସ୍ତ ଗୃହରକ୍ଷୀ ଭାଇ ଭଉଣୀ ମାନେ ଉପରିସ୍ତ ଅଧିକାରୀ ମାନଙ୍କ ଠାରୁ କିପରି ନିର୍ଯାତନା ପାଇବାରୁ ବଞ୍ଚିତ ରହିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ସେସରେ ସଂଘ କାର୍ଯ୍ୟକାରି ସଭାପତି ଅଖୟ କୁମାର ରାୟ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *