ଏଥର ସମ୍ଭାଳ ବ୍ୟୁରୋ – ଡାକ୍ତରମାନ ଡାଳିମ୍ବକୁ ସୁପର ଫୁଡ ବୋଲି କୁହନ୍ତି । ଏଥିରେ ଭିଟାମିନ ଏବଂ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି । ଖୁବ ସହଜରେ ଏହି ଫଳ ବଜାରରେ ମଧ୍ୟ ମିଳିଯାଏ । ଯେତେବେଳେ ଆପଣ କୌଣସି ରୋଗରେ ପଡନ୍ତି ସେତେବେଳେ ଡାକ୍ତରମାନେ ମଧ୍ୟ ଡାଳିମ୍ବ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏହି ଫଳକୁ ସମସ୍ତେ ଖାଇପାରିବେ ନାହିଁ । ଏହି ଫଳ ଖାଇବା ଦ୍ୱାରା ଲାଭ ହେବା ସହ ଅନେକ କ୍ଷତି ମଧ୍ୟ ହୋଇଥାଏ । ତେବେ କ’ଣ ସବୁ କ୍ଷତି ହୋଇଥାଏ ଏବଂ କେଉଁମାନେ ଏହାକ ଖାଇବା ମନା ଆସନ୍ତୁ ଜାଣିବା ।
- ଆଲର୍ଜି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଉଚିତ ନୁହେଁ। ଯେଉଁମାନଙ୍କ ସ୍କିନ ଆଲର୍ଜି ସମସ୍ୟା ରହିଛି, ସେମାନେ ଡାଳିମ୍ବ ଖାଇବା ମନା। ଡାଳିମ୍ବ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଆହୁରି ବଢ଼ିଯାଇପାରେ।
- ଯେଉଁମାନଙ୍କ ନିମ୍ନ ରକ୍ତଚାପ ତଥା ଲୋ ବ୍ଲଡପ୍ରେସର ସମସ୍ୟା ରହିଛି, ସେମାନ ମଧ୍ୟ ଡାଳିମ୍ବ ଠାରୁ ଦୂରେଇ ରହିବା ଉଚିତ । ଡାଳିମ୍ବ ସାଧାରଣତଃ ଥଣ୍ଡା ଫଳ। ତେଣୁ ଏହା ଶରୀରରେ ରକ୍ତ ସଂଚାଳନର ଗତିକୁ ଧୀମା କରିଦେଇଥାଏ । ଏହାଦ୍ୱାରା ରକ୍ତଚାପ ଆହୁରି ନିମ୍ନସ୍ତରକୁ ଚାଲିଯାଏ, ଯାହା ଶରୀର ପାଇଁ କ୍ଷତିକାରକ ।
- ଥଣ୍ଡା, ଜ୍ୱର ବା କାଶ ସମସ୍ୟା ଥିଲେ ଡାଳିମ୍ବ ଖାଆନ୍ତୁ ନାହିଁ। ଏହି ସମୟରେ ଡାଳିମ୍ବ ଖାଇବା ଦ୍ୱାର ଶରୀରରେ ସଂକ୍ରମଣର ଆଶଙ୍କା ବଢ଼ିଥାଏ ।
- କୋଷ୍ଟକାଠନ୍ୟ ବା ଗ୍ୟାସ ସମସ୍ୟା ଥିଲେ ଡାଳିମ୍ବ ଠାରୁ ଦୂରେଇ ରୁହନ୍ତୁ। ଏଭଳି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଦ୍ୱାରା ଶରୀରର ହଜମ ପ୍ରକ୍ରିୟା ଆହୁରି ବିଗିଡି ଯାଇପାରେ ।
- ଯଦି ଆପଣ କୌଣସି ମାନସିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି ଏବଂ ଏଥିପାଇଁ ଔଷଧ ମଧ୍ୟ ଖାଉଛନ୍ତି, ତେବେ ତୁରନ୍ତ ଡାଳିମ୍ବ ଖାଇବା ବନ୍ଦ କରିଦିଅନ୍ତୁ । ଅନ୍ୟଥା ଡାଳିମ୍ବ ଏବଂ ଔଷଧର ମିଶ୍ରଣ ଶରୀରରେ କେମିକାଲ ରିଆକ୍ସନ ସୃଷ୍ଟି କରିପାରେ । ଏଥିସହ ମସ୍ତିସ୍କର ସ୍ନାୟୁ ଉପରେ ମଧ୍ୟ ଏହା ପ୍ରଭାବ ପକାଇପାରେ ।