ଫୁଲବାଣୀ ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ;ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାଜରାସ୍ତା କୁ ଓହ୍ଲାଇବ ଜିଲ୍ଲା ଗଣମାଧ୍ୟମ ସଂଘ ।

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଫୁଲବାଣୀ) – ଗତ ରଵିବାର ରାତ୍ର ୮ ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲା ଓଡିଶା ଟୁଡେ ର ଵିରୋଚିଫ ଙ୍କୁ କିଛି ଅସାଧୁ ଯୁଵକ ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ଆସି ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ସୁଡ୍ରୁକୁମ୍ପା ଗ୍ରାମପଞ୍ଚାୟତ ର ନେଡିଗୁଡା ଗାମର ଭାଗିରଥୀ ବେହେରାଙ୍କ ମୃତ ଶରୀର କୁ ଗ୍ରାମବାସୀ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ। ଏହାର ଖବର ସଂଗ୍ରହ କରିବା ପାଇଁ ଜିଲ୍ଲାର ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧି ସେଠାକୁ ଯାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଖଜୁରୀପଡା ବ୍ଲକ ଵିଡିଓ ଓ ବ୍ଲକ ଅଧ୍ୟକ୍ଷ ଏବଂ ଫୁଲଵାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ମଧ୍ୟ ଯାଇଥିଲେ। ପ୍ରାଶାସନିକ ଅଧିକାରୀ ମାନେ ସେଠାରେ ପହଞ୍ଚି ଲୋକମାନଙ୍କୁ ଵୁଝାସୁଜା କରିଥିଲେ ଏବଂ ପ୍ରତିଶୃତି ଦେଇଥିଲେ କି ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ପରିବାର କୁ ସଵୁସହଯୋଗ ମିଳିବ ଆଉ ତାପରେ ଆନ୍ଦୋଳନ କାରି ରାସ୍ତା ରୁ ହଟିଥିଲେ। ମୃତ ଭାଗିରଥୀଙ୍କ ଘଟଣା କୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଶାସକ୍ତ ଅବସ୍ଥାରେ ପ୍ରଶ୍ନ ପଚାରିବା ସହ ଭାଗିରଥୀ ଙ୍କୁ କିଛି ସହଯୋଗ ମିଳିଲା ନାହିଁ କାହିଁକି ବୋଲି କହି ନିସ୍ତୁକ ମାଡ଼ ମାରିଥିଲେ। ଏ ନେଇ ଗଣମାଧ୍ୟମ ପ୍ରତିନିଧି ଓଡିଶା ଟୁଡେ ର ଵିରୋଚିଫ ଅଶୋକ ମିଶ୍ର ଉତ୍ତର ଦେଇଥିଲେ, ଯେ ଆପଣ ମାନେ ଜିଲ୍ଲା ପ୍ରଶାସନ ପାଖକୁ ଯାଇ ନିଜର ଦୁଃଖ ଶୁଣାନ୍ତୁ ଯଦି ଜିଲ୍ଲା ପ୍ରଶାସନ ନ ଶୁଣିଲା ତେଵେ ଆମେ ଆପଣଙ୍କ ସମସ୍ୟା କୁ ପରିଵେସଣ କରିବୁ। ଏତିକି କହିବାପରେ ମଦ୍ୟ ପାନ କରିଥିବା ଚନ୍ଦନ ଵେହେରା ଏଵଂ ଗଣେଶ ପିଲାଟା ନାମକ ବ୍ୟକ୍ତି ଦୁହେଁ ଖଲିଆ ବନ୍ଦ ସ୍ଥିତ ପୋଲିସ ଉପସ୍ଥିତ ରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଆକ୍ରମଣ କରିବା ପାଇଁ ପଛେଇନଥିଲେ ସେ ସଵୁ ପୋଲିସ ଦେଖି ମଧ୍ୟ ଚୁପ୍ ହୋଇ ପଳାଇ ଯାଇଥିଲା। ଏହି ଘଟଣା ପରେ ପୋଲିସ ଏବଂ ଅସାଧୁ ବ୍ୟକ୍ତି ଙ୍କ ସହ କଣ ମଧୁଚନ୍ଦ୍ରିକା ଅଛି ଵୋଲି ସାଧାରଣ ରେ ଚର୍ଚ୍ଚା ଜୋରଧରିଛି। ଗଣମାଧ୍ୟମ ପ୍ରତିନିଧି ଙ୍କୁ ଆକ୍ରମଣ ଘଟଣା ସାରା ଜିଲ୍ଲା ରେ ନିନ୍ଦନୀୟ ଵୋଲି ଅଞ୍ଚଳ ବାସୀ କୁହାବୋଲା ହେଉଛନ୍ତି। ବଡ଼ ଦୁଃଖର କଥା ଏହି ଘଟଣା କୁ ୩ ଦିନ ବିତିଯାଇଥିଲେ ମଧ୍ଯ ପୋଲିସ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯଦି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହା ହେଲେ କନ୍ଧମାଳ ଜିଲ୍ଲା ଗଣମାଧ୍ଯମ ସଂଘ ରାଜରାସ୍ତା କୁ ଓହ୍ଲାଇଥିବା ବୋଲି ସଂଘ ର ସଭାପତି ମିଲନ କହଁର ମତ ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ଵାକିରହିଲା ଜିଲ୍ଲା ପ୍ରଶାସନ ଏ ଦିଗରେ କି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି।

Leave a Reply

Your email address will not be published. Required fields are marked *