ରାଜ୍ୟ ଓ ଜିଲ୍ଲା ପ୍ରଶାସନର ତାଗିଦ ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ସ୍ଥାଣୁ ।

ଏଥର ସମ୍ଭାଳ ବ୍ୟୁରୋ – କରୋନା ସଂକ୍ରମଣ କୁ ଏଡ଼ାଇ ମନ୍ଦିର ମଧ୍ୟରେ ଭିଡକୁ ରୋକିବା ସକାଶେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାୟଗଡା ଜିଲ୍ଲା ଗୁଣପୁର ସହରରେ ରହିଥିବା ମନ୍ଦିର ଗୁଡିକରେ ଭିଡ ଜମୁଥିବା ନେଇ ଉପଜିଲ୍ଲାପାଳ ଓ ଦେବୋତ୍ତର ବିହାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବାରୁ ଉପଜିଲ୍ଲାପାଳ କଡା ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି । କିନ୍ତୁ ଦେବତ୍ତୋର ବିଭାଗର ଇଛା ଶକ୍ତି ଅଭାବରୁ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁଣପୁରରେ ରହିଥିବା ସମସ୍ତ ମନ୍ଦିର ମୁଖ୍ୟ ଫାଟକରେ ତାଲା ପକାଇ ବନ୍ଦ କରାଯାଇଥିବା ବେଳେ ବଡ଼ ଜଗନ୍ନାଥ ମନ୍ଦିର ରେ ଏହାର ବ୍ୟତିକ୍ରମ ଦେଖା ଯାଇଛି । ଏପରିକି ଭୋଗ ବିକ୍ରି ନାମରେ ମନ୍ଦିର ମଧ୍ୟରେ ପୁରୀ ଆନନ୍ଦ ବଜାର ଭଳି ଭିଡ଼ ଜମୁଛି ।

ଉପଜିଲ୍ଲାପାଳ ଏହି ଗୋଟିଏ ମନ୍ଦିର ପ୍ରତି ସ୍ୱତନ୍ତ୍ର ନିୟମ କରିଛନ୍ତି ନା ତହସିଲଦାର ଓ ମନ୍ଦିର ପୂଜକ ଙ୍କ ମଧ୍ୟରେ ରହିଥିବା ମଧୁ ଚନ୍ଦ୍ରିକା ନିୟମକୁ ଫୁ କରି ଦେଉ ଛି ; ମାତ୍ର କିଛି ଭକ୍ତ ମନ୍ଦିର ର ବନ୍ଦ ଫାଟକ ଠାରେ ଦୀପ ଜଳାଇ ପୂଜା କରୁଥିବା ବେଳେ ସ୍ଥାନୀୟ ପୋଲିସ ଗ୍ରାମଦେବୀ ମନ୍ଦିର ପୂଜାରୀ ଙ୍କୁ ଉଠାଇ ନେଇ କେଶ ରୁଜୁ କରିଥିବା ବେଳେ ଜଗନ୍ନାଥ ମନ୍ଦିର ପୂଜାରୀ ଙ୍କ ବିରୁଦ୍ଧରେ ଏହା ଲାଗୁ ହେଉନାହିଁ କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବେଳ ଥାଉଥାଉ ଉପଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନ ରଖିଲେ ଆଗାମୀ କାଲି ପ୍ରାତଃ ରୁ ଆରମ୍ଭ ହେବାକୁ ଥିବା ଭିଡକୁ ଏଡାଇ ହେବନି ।ଏହାକୁ ନେଇ ଉପୁଜିବା ଅସୁବିଧା କୁ ଦେଖି ଆମକୁ କହିବାକୁ ହେବ ବାବୁ ଏଥର ସମ୍ଭାଳ ….!

Leave a Reply

Your email address will not be published. Required fields are marked *