ଗୁଣପୁର ଠାରେ ଭାରତ ବନ୍ଦ ଡାକରା ସଫଳ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ମୋଦି ସରକାର ଙ୍କ ଶ୍ରମିକ କୃଷକ ଓ ଜନବିରୋଧୀ ନିତୀ ବିରୁଦ୍ଧରେ ଦେଶ ବ୍ୟାପି ଧର୍ମଘଟ ଓ ହରତାଲ କୁ ସମର୍ଥନ କରି ଗୁଣପୁର ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ବାଇପାସ ଛକ ଠାରେ ନିଖିଳ ଓଡିଶା ପାଚିକା ଓ ସହାୟିକା ମହାସଂଘ, ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁରସଭା , ଅଖିଳ ଭାରତ କୃଷକ ମହାସଭା,ମୋଟର କର୍ମଚାରୀ ସଂଘ ଗୁଣପୁର ଙ୍କ ମିଳିତ ଆନୁକୂଲ୍ୟରେ ରାସ୍ତା ଅବରୋଧ ଏବଂ ଦୋକାନ, ବଜାର, ଅଟୋ,ବସ, ଟ୍ରକ, ବ୍ୟାଙ୍କ, ପୋଷ୍ଟଲ, ସ୍କୁଲ, କେଜ ଇତ୍ୟାଦି ସମ୍ପୂର୍ଣ୍ଣ ଭାବରେ ବନ୍ଦ କରା ଯାଇଥିଲା। ବିଭିନ୍ନ ସ୍ଲୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରା ସହର ପାରିକ୍ରମା କରି ପୁରୁଣା ବାସ ଷ୍ଟାଣ୍ଡ ଠାରେ ପହଞ୍ଚି ଏକ ପ୍ରତିବାଦ ଶୋଭାକରାଯାଇଥିଲା । ଶୋଭାଯାତ୍ରା, ବନ୍ଦ ପାଳନ କୁ ସି ପି ଆଇ ଲିବେରେସନ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସି ପି ଆଇ ଲିବେରେସନ ପାର୍ଟିର ରାଜ୍ୟ ସମ୍ପାଦକ କମ୍ରେଡ଼ ତ୍ରିପତି ଗମାଙ୍ଗ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *