Site icon Ethara Sambhala

ବେଆଇନ ବାଲି ଚାଲାଣ କୁ ବିରୋଧ କରି ଵିଷ୍ଣୁ ଗୁଡା ଛକ ଅବରୋଧ କରିବେ ଅଞ୍ଚଳ ବାସୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାୟଗଡ ଅଞ୍ଚଳରୁ ବେଆଇନ ବାଲି ଚଲାଣ ବନ୍ଦ କରିବା, ସୂକ୍ଷ୍ମ ଖଣିଜ ସମ୍ପଦ କୁ ସୁରକ୍ଷିତ ରଖିବା ,ଯେଉଁ ଲିଜଧାରୀ ମାନେ ଲିଜ ପାଇଛନ୍ତି ସେମାନଙ୍କ ତାଲିକା ପଞ୍ଚାୟତ ଅଫିସରେ ଟାଙ୍ଗିବା,କିଏ ଲିଜ ନେଇଛନ୍ତି,କେତେ ଟଙ୍କାରେ ଲିଜ ନେଇଛନ୍ତି,କେଉଁ ଦିନ ପର୍ଯ୍ୟନ୍ତ ଲିଜ ନେଇଛନ୍ତି,କେତେ ପରିଧିରୁ କେତେ ସିଏମ ର ବାଲି ଉଠାଣ କରିବେ, ମାସ ଓ ବର୍ଷକରେ କେତେ ବାଲି ଉଠାଇବେ ଏହା ନିର୍ଦ୍ଧାରଣ କରି ଯାଞ୍ଚ କରିବା, ଦିନକୁ କେତୋଟି ଆର ଫର୍ମ ଦିଆଯିବ ଏବଂ ପ୍ରତି ଫର୍ମ ର ମୂଲ୍ୟ କେତେ ରହିବ ଏହାର ଯାଞ୍ଚ କରିବା, ଭଳି ଏକ ୧୬ ଦଫା ଦାବୀ ସମ୍ବଳିତ ପତ୍ର ରାୟଗଡା ତହସିଲଦାର ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦିଆଯାଇଛି । ଏଥିପୂର୍ବରୁ ଏନେଇ ପ୍ରଶାସନ କୁ ବାରମ୍ବାର ଜଣା କରାଯାଇଥିବା ଜଣାପଡିଛି ।ଏହାର କୌଣସି ସମାଧାନ ନହେବାରୁ ଜନସଧାରଣ ଙ୍କ ପକ୍ଷରୁ ରାୟଗଡ। ତହସିଲ କାର୍ଯ୍ୟାଳୟ ଠାରେ ପ୍ରତୀକ ଧର୍ମଘଟ ଚାକୁ ରହିଛି ।ତଥାପି ଆନ୍ଧ୍ରକୁ ବାଲି ଚାଲାଣ ପ୍ରକ୍ରିୟା କୁ ବନ୍ଦ କରାଯାଇ ନଥିବା ଅଭିଯୋଗ ଆସିଛି । ଆଗାମୀ ୨୫ତାରିଖ ସୁଦ୍ଧା ବେଆଇନ ବାଲି ଚାଲାଣ ବନ୍ଦ କରାଯିବା ସହ ଦିଆଯାଇଥିବା ଅନ୍ୟ ଦାବୀ ଗୁଡିକ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ୩୦ ତାରିଖ ଠାରୁ ସ୍ଥାନୀୟ ଅଞ୍ଚଳବାସୀ ଵିଷ୍ଣୁ ଗୁଡା ଛକ କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦାବୀ ପୂରଣ ଯାଏଁ ଅବରୋଧ କରି ଧାରଣା ଚାଲୁ ରଖିବେ ବୋଲି ପ୍ରଦତ୍ତ ସ୍ମାରକପତ୍ର ରେ ଉଲ୍ଲେଖ କରିଛନ୍ତି ।ଦେଖିବାକୁ ରହିଲା ପ୍ରଶାସନ ଏନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Exit mobile version