କାହାର ପ୍ରରୋଚନା ରେ କଟାଗଲା ଗଛ ?

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ସାମାଜିକ ବନୀକରଣ, ସହର୍ ବନୀକରଣ, ବନ ମହୋତ୍ସବ ଏହି ଭଳି ନାମରେ ବନ ବିଭାଗ ମାଧ୍ୟମ ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷ ରୋପଣ, ଚାରା ରୋପଣ ଇତ୍ୟାଦି ହେଉଥିଲେ ମଧ୍ଯ ଏହାର୍ ସଫଳତାର ହାର ବହୁ କମ୍ ଦେଖିବାକୁ ମିଳେ। କିଛି ସ୍ଥାନରେ ବହୁ କଷ୍ଟ ରେ କିଛି ବୃକ୍ଷ ରହିଥିଲେ ମଧ୍ଯ ବିକାଶ ଓ ନବୀକରଣ ନାମରେ ବଳି ପଡ଼ି ଯାଉଛି ଅନେକ୍ ଗଛ। ବହୁ ସମୟରେ କିଛି ନ୍ୟସ୍ତସ୍ୱାର୍ଥ ଲୋକ ଙ୍କ ଲାଗି ମଧ୍ଯ ଅନେକ୍ ଗଛ ବଳି ପଡୁଛି । ଗତ ଚାରି ବର୍ଷ ତଳେ ଗୁଣପୁର ନବ ନିର୍ମାଣ ସମିତି ଦ୍ଵାରା ସହର୍ ର ସବୁଜି କରଣ ନାମରେ ସ୍ଥାନୀୟ ଜେଜେ ହଷ୍ଟେଲ୍ ନିକଟ ସମ୍ମୁଖ ରେ ଯାଇଥିବା ରାସ୍ତା ର ଦୁଇ ପାର୍ଶ୍ଵରେ କିଛି ଗଛ ଲଗାଯାଇଥିଲା ଏହି ଅଞ୍ଚଳ ର ମହିଳା ମାନେ ତାହାର୍ ତତ୍ତ୍ଵାବଧାନ କରିବା ଫଳରେ ଅନେକ୍ ଗଛ ନିଜ ନିଜ ଆକାର ବୃଦ୍ଧି କରିପାରିଛି । କିନ୍ତୁ ବିଦ୍ୟୁତ୍ ବିଭାଗ ର ବିଦ୍ୟୁତ ସରୋବରାହ ନିମନ୍ତେ ଗଛ ଗୁଡିକୁ ଫିନିସିଂ କଟ୍ କରାଯାଉଥିବା ବେଳେ ଏହାର୍ ସୁଯୋଗ ନେଇ ସ୍ଥାନୀୟ କିଛି ଦୁର୍ବୃତ୍ତ ବ୍ୟବସାୟୀ ଚାରି ପାଞ୍ଚୋଟି ଗଛ କୁ ମୂଳରୁ କାଟି ପକାଇଥିବା ଦେଖିବାକୁ ମିଳିଛି । ଏବିଷୟ ନେଇ ବିଭିନ୍ନ୍ ସଂଗଠନ ଓ ଜନ ସାଧରଣ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବନ ବିଭାଗ ର କିଛି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଟାଳଟୂଳ ନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି। ତେବେ ଗଛ କାଟିଥିବା ବ୍ୟକ୍ତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ମକଦ୍ଦମା ଦାୟାର କରିବା ନିମନ୍ତେ ବିଭିନ୍ନ୍ ମହଲରୁ ଦାବୀ ହେଉଛି। ଦେଖିବାକୁ ବାକି ରହିଲା ବନ ବିଭାଗ କରୁଛି କଣ ?

Leave a Reply

Your email address will not be published. Required fields are marked *